ନୂଆଦିଲ୍ଲୀ: ଏମ୍‌ସରେ ଭର୍ତ୍ତି ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବା କଥା ଶୁକ୍ରବାର ଦିନ ଡାକ୍ତରଖାନାସୂତ୍ରରୁ ଜଣାପଡ଼ିଛି।

Advertisment

ଅଣନିଃଶ୍ୱାସୀ ଏବଂ ଅସ୍ଥିରତା ଲାଗିବାରୁ ଅଗଷ୍ଟ ୯ ତାରିଖ ଦିନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ (ଏମ୍‌ସ୍‌) ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୦ ତାରିଖ ଠାରୁ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ଏମ୍‌ସ୍‌ କୌଣସି ବୁଲେଟିନ୍‌ ପ୍ରକାଶ କରୁନାହିଁ।

publive-image Image Source: India Ahead

ମଙ୍ଗଳବାର ଦିନ ଡାକ୍ତରଖାନା ତରଫରୁ କୁହାଯାଇଥିଲା କି, ତାଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଛି। ଦଳେ ମଲ୍ଟିଡିସିପ୍ଲିନେରି ଡାକ୍ତରୀ ଦଳ ତାଙ୍କର ଅବସ୍ଥା ଉପରେ ଦୃଷ୍ଟି ରଖିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅମିତ ଶାହ, ରାଜନାଥ ସିଂହ, ସ୍ମୃତି ଇରାନି, ଜିତେନ୍ଦ୍ର ସିଂହ ଏବଂ ରାମବିଳାସ ପାଶ୍ୱାନଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, କଂଗ୍ରେସ ନେତା ଅଭିଷେକ ସିଙ୍ଘ୍‌ଓ୍ଵି ଏବଂ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଡାକ୍ତରଖାନା ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।