ତୃତୀୟ ବିବାହ କରିବାକୁ ଯାଉଥିଲେ ଯୁବକ, ଦୁଇ ସ୍ତ୍ରୀ ଦେଲେ ଉତ୍ତମମଧ୍ୟମ

ଚେନ୍ନାଇ: ତୃତୀୟ ବିବାହ କରିବାକୁ ପ୍ରସ୍ତୁତ ହେଉଥିଲେ ଯୁବକ, ତେବେ ଦୁଇ ସ୍ତ୍ରୀ ଭାଙ୍ଗିଦେଲେ ଯୁବକଙ୍କ ବିବାହ ସ୍ବପ୍ନ | ଦୁଇ ସ୍ତ୍ରୀ ଯୁବକଙ୍କୁ ନିର୍ଦ୍ଧୁମ ମାଡ ମାରିବା ସହ ପୁଲିସକୁ ଖବର ଦେଇଛନ୍ତି | ତାମିଲନାଡୁର ତିରୁପୂରରୁ କିଛି ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ୨୬ ବର୍ଷୀୟ ଏସ ଦୀନେଶ ୨୦୧୬ ମସିହାରେ ପ୍ରଥମ ବିବାହ କରିଥିଲେ | ଅଭିଯୋଗ ମୁତାବକ ବିବାହର କିଛି ଦିନ ପରେ ଦୀନେଶ ନିଜ ପତ୍ନୀଙ୍କୁ ମାଡ ମାରିବା ସହ ଘରୁ ତଡି ଦେଇଥିଲେ |

ଏହାପରେ  ୨୦୧୯ ଏପ୍ରିଲ ମାସରେ ମାଟ୍ରିମନିଏଲ ସାଇଟ ମାଧ୍ୟମରେ ଦୀନେଶ ଦ୍ଵିତୀୟ ବିବାହ କରିଥିଲେ | ଦ୍ଵିତୀୟ ପତ୍ନୀଙ୍କୁ ମଧ୍ୟ ମାଡ ମାରିବା ସହ ଘରୁ ତଡ଼ିଦେଇଥିଲେ | ତେବେ ବିବାହ କରିବାର ନିଶା ଦୀନେଶଙ୍କ ମନରୁ ଉତୁରିନଥିଲା |

Photo-aajtak

ପୁଣି ଥରେ ତୃତୀୟ ବିବାହ କରିବାକୁ ଦୀନେଶ ସଙ୍ଗିନୀ ଖୋଜୁଥିବାବେଳେ ଏ ବାବଦରେ ଜାଣିପାରିଥିଲେ ଦୁଇ ପତ୍ନୀ | ଦୀନେଶ ଯେଉଁ ଅଫିସରେ କାମ କରୁଥିଲେ ସେଠାରେ ଦୁଇ ପତ୍ନୀ ପହଂଚି ଦୀନେଶଙ୍କୁ ନିର୍ଦ୍ଧୁମ ଛେଚିଥିଲେ | ଏହାପରେ ପୁଲିସ ଷ୍ଟେସନରେ ଦୀନେଶଙ୍କ ନାମରେ ଏତଲା ମଧ୍ୟ ଦେଇଥିଲେ | ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର