ଗିରଫ ହୋଇଥିବା ଓଡ଼ିଆ ସାମ୍ବାଦିକାଙ୍କ ସମେତ ୨ ଜଣଙ୍କୁ ମିଳିଲା ଜାମିନ, ତ୍ରିପୁରାରେ ଗିରଫ କରିଥିଲା ପୁଲିସ

ନୂଆଦିଲ୍ଲୀ: ତ୍ରିପୁରାରରେ ଗିରଫ ଦୁଇ ସାମ୍ବାଦିକଙ୍କୁ ଜାମିନ ମିଳିଛି । ସାଂପ୍ରଦାୟିକ ଉତ୍ତେଜନା ସଂପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଦୁଇ ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଥିଲା । ଏମାନେ ହେଲେ ଝାରସୁଗୁଡାର ସାମ୍ବାଦିକା ସମ୍ରିଦ୍ଧି କେ. ସକୁନିଆ ଏବଂ ଅନ୍ୟଜଣେ ସାମ୍ବାଦିକା ସ୍ବର୍ଣ୍ଣ ଝା । ତେବେ ସାଂପ୍ରଦାୟିକ ହିଂସା ବେଳେ ମସଜିଦ ଓ ମୁସଲମାନଙ୍କ ସଂପତି ନଷ୍ଟ ଭଳି କିଛି ଭିଡିଓ ଏମାନେ ଟ୍ୱିଟ କରିଥିବା ଅଭିଯୋଗ ରହିଛି ।

କୁହାଯାଉଛି ଯେ, ଏକ ସ୍ଥାନୀୟ ହିନ୍ଦୁ ସଂଗଠନର ଅଭିଯୋଗ ଆଧାରରେ ଦୁଇ ସାମ୍ବାଦିକାଙ୍କୁ ଗିରଫ କରିଥିଲା ତ୍ରିପୁରା ପୁଲିସ । ଶନିବାର ଏମାନେ ରହୁଥିବା ହୋଟେଲରେ ପ୍ରଥମେ ଦୁହିଁଙ୍କୁ ଅଟକ ରଖିଥିଲା ପୁଲିସ । ପରେ ରବିବାର ଛାଡି ଦେଇଥିଲେ ମଧ୍ୟ ପୁଣି ଆସାମରେ ଉଭୟଙ୍କୁ ଅଟକ ରଖି ତ୍ରିପୁରା ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଏବେ ଦୁହିଁଙ୍କୁ ଜାମିନ ମିଳିଥିବା ଜଣାପଡିଛି |

www.ndtv.com

ହେଲେ ତ୍ରିପୁରା ପୁଲିସର ପଦକ୍ଷେପକୁ ନିନ୍ଦା କରିଛି ଏମାନେ କାମ କରୁଥିବା ସଂସ୍ଥା ଏଚଡବ୍ଲୁ ନ୍ୟୁଜ ନେଟୱର୍କ । ଦୁଇ ସାମ୍ବାଦିକା କେବଳ ଘଟଣା ସଂପର୍କରେ ରିପୋର୍ଟିଂ କରୁଥିଲେ ବୋଲି ସଂସ୍ଥା କହିଛି । ଏହାପରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଏମାନଙ୍କ ଗିରଫଦାରିକୁ ନିନ୍ଦା କରାଯାଇଛି ।

ସମ୍ବନ୍ଧିତ ଖବର