ବେଙ୍ଗାଲୁରୁ: କର୍ଣ୍ଣାଟକର କୋପ୍ପାଲ ଜିଲ୍ଲା ଅନ୍ତର୍ଗତ ମିୟାପୁର ଗ୍ରାମରେ ବାସ କରୁଥିବା ଏକ ଦଳିତ ପରିବାରର ଜଣେ ୨ବର୍ଷିୟ ପିଲା ମନ୍ଦିର ଭିତରେ ପ୍ରବେଶ କରିଥିବାରୁ ସେମାନଙ୍କ ଉପରେ ୨୫୦୦୦ ଟଙ୍କା ଜରିମାନା କରାଯାଇଛି।
ପ୍ରାପ୍ତ ରିପୋର୍ଟ ଅନୁସାରେ, ମନ୍ଦିର ଶୋଧନ କ୍ରିୟା ନିମନ୍ତେ ହୋମ ପାଇଁ ଉଚ୍ଚ ଜାତିର ସଦସ୍ୟମାନେ ଉକ୍ତ ଦଳିତ ପରିବାର ଠାରୁ ଟଙ୍କା ଦାବି କରିଥିବା କଥା ଗ୍ରାମବାସୀଙ୍କ ଠାରୁ ପ୍ରକାଶ। କିନ୍ତୁ, ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ସହ ସେମାନଙ୍କୁ (ଉଚ୍ଚ ଜାତି) ସତର୍କ କରାଇଦେଇଛନ୍ତି।
Image Courtesy of India Todayଜନ୍ମଦିନ ଉପଲକ୍ଷେ ପୂଜାର୍ଚ୍ଚନା କରାଇବାକୁ ସେପ୍ଟେମ୍ବର ୪ ତାରିଖ ଦିନ ଉପରୋକ୍ତ ଦଳିତ ପରିବାର ପିଲାଟିକୁ ନେଇ ମନ୍ଦିର ପାଖକୁ ଯାଇଥିବା ବେଳେ ଏ ଭଳି ଘଟଣା ଘଟିଥିଲା। ବାହାରେ ଥାଇ ପିଲାର ବାପା ପ୍ରାର୍ଥନା କରୁଥିବା ବେଳେ ପିଲାଟି ମନ୍ଦିର ବେଢ଼ା ମଧ୍ୟକୁ ଦୌଡ଼ି ଯାଇଥିଲା। ଏଥିରେ ମନ୍ଦିରର ପୂଜକ ଏବଂ ସ୍ଥାନୀୟ ବାସିନ୍ଦା ଆପତ୍ତି କରିବା ସହ ସେପ୍ଟେମ୍ବର ୧୧ ତାରିଖ ଦିନ ଉକ୍ତ ପରିବାର ଉପରେ ଜରିମାନା କରିଥିଲେ।
Image Courtesy of The Times of Indiaଦୁଇ ବର୍ଷିୟ ପିଲାର ବାପା ଚନ୍ଦ୍ରୁ କହନ୍ତି, ସେଦିନ ଥିଲା ମୋ ପୁଅର ଜନ୍ମଦିନ। ତେଣୁ, ଆମ ଘର ସମ୍ମୁଖରେ ଥିବା ‘ଅଞ୍ଜନେୟ ମନ୍ଦିର’ରେ ପୂଜାର୍ଚ୍ଚନା କରିବାକୁ ଆମର ମନ ବଳିଥିଲା। ସେହି କାରଣରୁ ଏତେ କାଣ୍ଡ ଘଟିଲା।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ଦଳିତ ସମ୍ପ୍ରଦାୟ ହୋଇଥିବାରୁ ଚନ୍ଦ୍ରୁଙ୍କ ପରିବାରକୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯାଏ ନାହିଁ। ସେ ଅଞ୍ଚଳରେ ଥିବା ଅନ୍ୟ କେତୋଟି ମନ୍ଦିରରେ ମଧ୍ୟ ଏଭଳି ନିଷେଧାଜ୍ଞା ରହିଛି।
ଘଟଣାଟି ଲୋକଲୋଚନକୁ ଆସିବା ପରେ ଚନ୍ନାସାଦାର ସମ୍ପ୍ରଦାୟ (ଏକ ଜାତୀୟ ଦଳିତ ବର୍ଗ) ପ୍ରତିବାଦ କରିବା ସହ ଥାନାରେ ପହଞ୍ଚିଥିଲେ। ‘ଏଫ୍ଆଇଆର୍’ କରିବାକୁ ପୁଲିସ କହିଲେ ମଧ୍ୟ ଗାଁର ସଦ୍ଭାବନା ଉପରେ ଆଞ୍ଚ ନ ଆଣିବା ଲାଗି ଚନ୍ଦ୍ରୁ ଥାନାରେ ଅଭିଯୋଗ କରିବା ଲାଗି ମନା କରି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/25-Thousand-Fined-to-ST-Family_Thumbnail.jpg)