ପ୍ରଥମେ ଦୋସା ଖାଇବାକୁ ନ ଦେବାରୁ ଦୋକାନୀଙ୍କ କାନ କାଟିଲେ ଉତ୍ତ୍ୟକ୍ତ ଯୁବକ

ଚେନ୍ନାଇ: ଦୋସା ଖାଇବାକୁ ଦୁଇ ଜଣ ଯୁବକ ଏକ ହୋଟେଲକୁ ଯାଇଥିଲେ, ତେବେ ସେଠାରେ ଦୋସା ମିଳିବାରେ ବିଳମ୍ବ ହେବାରୁ ବିରକ୍ତ ହୋଇ ଦୋକାନୀଙ୍କ କାନ କାଟିଦେଥିବାର ଘଟଣା ସାମ୍ନାକୁ ଆସିଛି | ତାମିଲନାଡୁର ନାଗପଟନମରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଅରୁଣ କୁମାର ଓ ଶିବା ନାମକ ଦୁଇ ଜଣ ଅଭିଯୁକ୍ତ ଏକ ରେସଟୁରାଣ୍ଟକୁ ଖାଇବାକୁ ଯାଇଥିଲେ | ଆଉ ଏଠାରେ ସେମାନେ ଦୁଇଟି ଦୋସା ଅର୍ଡର କରିଥିଲେ | ତେବେ ଦୋସା ଦେବାରେ ବିଳମ୍ବ କରିବାରୁ ଭାସ୍କର ନାମକ ଦୋକାନୀଙ୍କ ସହ ଦୁଇ ଅଭିଯୁକ୍ତଙ୍କର ପାଟିତୁଣ୍ଡ ହୋଇଥିଲା |

ସେମାନେ ଅର୍ଡର କରିଥିବା ଦୋସା ପ୍ରଥମେ କାହିଁକି ଦିଆଯାଇନାହିଁ ବୋଲି କହି ଝଗଡା କରିଥିଲେ | ତେବେ ଝଗଡା ଏତେ ବଢିଯାଇଥିଲା ଯେ ଦୁଇ ଅଭିଯୁକ୍ତ ଏକ ଛୁରୀରେ ଭାସ୍କରଙ୍କ କାନ କାଟିଦେଇଥିଲେ | ଆଉ ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ଘଟଣାସ୍ଥଳରେ ପହଂଚି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଗୁରୁତର ଅବସ୍ଥାରେ ଭାସ୍କରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା |

ପୁଲିସ ତଦନ୍ତରୁ ଜାଣିପାରିଥିଲା ଯେ ଏହା ପ୍ରଥମ ଅଭିଯୋଗ ନୁହେଁ ବରଂ ଅରୁଣ କୁମାର ଓ ଶିବାଙ୍କ ନାମରେ ପୂର୍ବରୁ ମରଣାନ୍ତକ ଆକ୍ରମଣର ଅଭିଯୋଗ ମଧ୍ୟ ଥିଲା | ବର୍ତ୍ତମାନ ଦୋକାନୀ ଭାସ୍କରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଥିବାର ସୂଚନା ମିଳିଛି |

ସମ୍ବନ୍ଧିତ ଖବର