ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଥିବା ବିଶ୍ୱ ପ୍ରସିଦ୍ଧ ତାଜମହଲରେ ଦୁଇ ଜଣ ଯୁବକ ଗଙ୍ଗାଜଳ ଢ଼ାଳିଛନ୍ତି | ହିନ୍ଦୁ ଯୁବକମାନେ ପାଣି ବୋତଲରେ ଗଙ୍ଗା ପାଣି ଭର୍ତ୍ତି କରି ଆଣିଥିଲେ | ତାଜମହଲ ଭିତରେ ପହଂଚିଥିବା ଦୁଇ ଯୁବକ ପ୍ରଥମେ ବୋତଲରେ ଭର୍ତ୍ତି ଗଙ୍ଗା ଜଳ ଦେଖାଇ ତାଜମହଲ ଭିତରକୁ ଯାଇ ଗଙ୍ଗା ପାଣି ଢ଼ାଳିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଖିଲ ଭାରତ ହିନ୍ଦୁ ମହାସଭାର ପକ୍ଷରୁ ଦାବି କରାଯାଇଛି ଯେ ଉଭୟ ଯୁବକ ତେଜୋ ମହାଲୟାରେ ଗଙ୍ଗା ଜଳ ଅର୍ପଣ କରିଥିଲେ କାରଣ ଏହି ତେଜୋ ମହାଲୟା ଏକ ଶିବ ମନ୍ଦିର | ଗଙ୍ଗା ଜଳ ସହିତ ତାଜମହଲ ଭିତରେ ପହଂଚିଥିବା ଉଭୟ ଯୁବକ ପ୍ରଥମେ ଭିଡିଓ ପ୍ରସ୍ତୁତ କରିଥିଲେ | ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ କାନ୍ଧରେ ବୋତଲ ଧରି ବୁଲୁଛନ୍ତି ଯେଉଁଥିରେ ଗଙ୍ଗା ପାଣି ଥିବା କୁହାଯାଉଛି।
ଉଭୟ ଯୁବକ ଏହାପରେ କବର ପାଖରେ ପହଞ୍ଚି ଠିଆ ହୋଇ ବୋତଲରୁ ଗଙ୍ଗା ପାଣି ଢାଳିଥିଲେ। ତେବେ ଏହାପରେ ଯୁବକମାନଙ୍କୁ ସିଆଇଏସ୍ଏଫ୍ ଯବାନ ଧରିନେଇଥିଲେ | ସିଆଇଏସ୍ଏଫ୍ ଉଭୟ ଯୁବକଙ୍କୁ ଧରି ତାଜଗଞ୍ଜ ପୁଲିସକୁ ହସ୍ତାନ୍ତର କରିଥିଲା। ଅଖିଳ ଭାରତ ହିନ୍ଦୁ ମହାସଭାର ଦାବି ହେଉଛି ଯେ ଏହା ହେଉଛି ଜଳାଭିଷେକ | ପୂର୍ବରୁ ଶ୍ରାବଣ ମାସରେ, ତାଜମହଲ ଭିତରେ ଜଳାଭିଷେକ କରାଯିବ ବୋଲି ହିନ୍ଦୁ ମହାସଭା ପକ୍ଷରୁ କୁହାଯାଇଥିଲା | କିଛି ଦିନ ପୂର୍ବରୁ ଜଣେ ମହିଳା ମଧ୍ୟ ତାଜମହଲରେ ପହଞ୍ଚି ଜଳାଭିଷେକ କରିବାକୁ ଜିଦ୍ ଧରିଥିଲେ | ଏହାପରେ ପୁଲିସ ଫୋର୍ସ ମହିଳାଙ୍କୁ ଅଟକାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/138836ca-9752-4f7f-bb03-d8750f3a14d5.jpg)