୨୦୧୯ରେ ୨୦ଟି ବିମାନ ଦୁର୍ଘଟଣା ହୋଇ ୨୮୩ ମୃତ୍ୟୁବରଣ କରିଛନ୍ତି

ନୂଆଦିଲ୍ଲୀ : ଘଟଣାବହୁଳ ୨୦୧୯ ସମାପ୍ତ ହୋଇଯାଇଛି ଏବଂ  ଆରମ୍ଭ ହୋଇଛି ନୂଆବର୍ଷ ୨୦୨୦ । ବିମାନସେବା କ୍ଷେତ୍ର ପାଇଁ ମଧ୍ୟ ୨୦୧୯ ବେଶ ଘଟଣାବହୁଳ ଥିଲା । ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହି ବର୍ଷ ସେତେଟା ଭଲ ନଥିଲା, ଜେଟ୍‌ ଏୟାରୱେଜ୍ ପରି ଦେଶର ଏକ ବଡ଼ ବିମାନସେବା କମ୍ପାନି ଦେବାଳିଆ ହୋଇଯାଇଥିଲା ।

କିନ୍ତୁ ସକାରାତ୍ମକ କଥା ହେଉଛି ୨୦୧୯ ବର୍ଷରେ ବିମାନ ଦୁର୍ଘଟଣା କମ ହୋଇଛି । ଗତ ବର୍ଷ ସାରା ବିଶ୍ୱରେ ମୋଟ ୨୦ଟି ବିମାନ ଦୁର୍ଘଟଣା ହୋଇଥିଲା ଓ ୨୮୩ ଜଣ ଲୋକ ମୃତ୍ୟୁବରଣ କରିଥିଲେ ବୋଲି ଏଭିଏସନ ସେଫଟି ନେଟଓ୍ଵାର୍କର ତଥ୍ୟରୁ ଜଣାପଡ଼ିଛି । ଏହା ସତ୍ତ୍ୱେ ୨୦୧୯କୁ ବିଶ୍ୱ ବିମାନ ଚଳାଚଳ ଇତିହାସରେ ଏକ ନିରାପଦ ବର୍ଷ ବୋଲି କୁହାଯାଉଛି । ମୃତ୍ୟୁସଂଖ୍ୟା ଦୃଷ୍ଟିରୁ, ୧୯୪୬ରୁ ଏଯାବତ୍ ୨୦୧୯ ୩ୟ ସବୁଠାରୁ ନିରାପଦ ବର୍ଷ  ଭାବେ ପରିଗଣିତ ହୋଇଛି । ସବୁଠାରୁ ନିରାପଦ ବର୍ଷ ହେଉଛି ୨୦୧୭, ଏବର୍ଷ ୧୦ଟି ବିମାନ ଦୁର୍ଘଟଣା ହୋଇ ମାତ୍ର ୪୪ ଜଣ ମୃତ୍ୟୁବରଣ କରିଥିଲେ । ୨୦୧୩ରେ ବିମାନ ଦୁର୍ଘଟଣାରେ ୨୫୬ ଜଣ ମୃତ୍ୟୁବରଣ କରିଥିଲେ ।

୨୦୧୯, ମାର୍ଚ୍ଚ ୧୦ରେ ଆଫ୍ରିକାର ଇଥିଓପିଆରେ ବିମାନ ଦୁର୍ଘଟଣା ହୋଇ ୧୫୭ ଜଣ ମୃତ୍ୟୁବରଣ କରିଥିଲେ । ଏହାର ଦିନକ ପୂର୍ବରୁ କଲମ୍ବିଆରେ ଏକ ବିମାନ ଦୁର୍ଘଟଣା ହୋଇ ୧୪ ଜଣ ମୃତ୍ୟୁମୁଖରେ କରିଥିଲେ । ଡିସେମ୍ବରରେ କାଜାଖସ୍ତାନରେ ମଧ୍ୟ ଏକ ବିମାନ ଦୁର୍ଘଟଣା ହୋଇ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର