ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବାପରେ ତାଙ୍କୁ ସମର୍ଥନ କରି ଜମ୍ମୁ କାଶ୍ମୀରର ପୁଣି ୨୦ ଜଣ ନେତା ଆଜି ଇସ୍ତଫା ଦେଇଛନ୍ତି। ଜମ୍ମୁର ଉତ୍ତର ଅଞ୍ଚଳର ଜିଲ୍ଲା କଂଗ୍ରେସ କମିଟିର ୨୦ ଜଣ ସମସ୍ତ ଇସ୍ତଫା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ୩୬ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ୬୪ ଜଣ କଂଗ୍ରେସ ନେତା ଆଜାଦଙ୍କୁ ସମର୍ଥନ କରି ଇସ୍ତଫା ଦେଇଥିଲେ। ଅଗଷ୍ଟ ୨୬ ତାରିଖରେ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରଠାରୁ କଂଗ୍ରେସ ଦଳରେ ଅସନ୍ତୋଷ ବଢ଼ିଛି ଏବଂ ଜମ୍ମୁ କାଶ୍ମୀରରେ ଇସ୍ତଫାର ସୁଅ ଛୁଟିଛି।
ଆଜାଦଙ୍କ ସମର୍ଥନରେ ପୁଣି ୨୦ କଂଗ୍ରେସ ନେତାଙ୍କ ଇସ୍ତଫା
/sambad/media/post_attachments/wp-content/uploads/2021/12/Ghulam-Nabi-Azad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)