ରାଞ୍ଚି/ଜୟପୁର : ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ପୃଥକ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୬ ଜଣ ଆହତ ହୋଇଛନ୍ତି। ବୁଧବାର ଦିନ ଝାଡଖଣ୍ଡର ପାକୁରରେ ଏକ ଯାତ୍ରୀବାହୀ ବସ୍ ସହିତ ସିଲିଣ୍ଡର ବୋଝେଇ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୬ ଜଣ ଆହତ ହୋଇଛନ୍ତି। ୪୦ ଜଣ ଯାତ୍ରୀଙ୍କୁ ନେଇ ଏହି ବସ୍ ସାହିବଗଞ୍ଜ ଜିଲ୍ଲାର ବାରହାରୱାଠାରୁ ଦେଓଘର ଜିଲ୍ଲାର ଜସିଡିହ ଯାଉଥିଲା। ଅମ୍ରାପଡ଼ା ଥାନା ଅଞ୍ଚଳର ଗୋବିନ୍ଦପୁର-ସାହେବଗଞ୍ଜ ରାଜ୍ୟ ରାଜପଥର ପାଡେରକୋଲା ଗ୍ରାମ ନିକଟରେ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି। ବସ୍ ଭିତରେ ଅନେକ ଲୋକ ଫସି ରହିଥିଲେ ଏବଂ ଗ୍ୟାସ୍ କଟର ସହାୟତାରେ ବସ୍ର ଉପର ଭାଗକୁ କାଟି ସେମାନଙ୍କୁ ବାହାରକୁ ଅଣାଯାଇଥିଲା ବୋଲି ପୁଲିସ କହିଛି।
ଅନ୍ୟ ଏକ ଘଟଣାରେ ରାଜସ୍ଥାନର ଭିଲଓ୍ୱାଡ଼ା ଠାରେ ଏକ କାର୍ ଏବଂ ଟ୍ରକ ମୁଁହାମୁହିଁ ଧକ୍କା ହେବା ପରେ କାର୍ରେ ଥିବା ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ହୋଇଛି। କାରଟି ଅଜମେରରୁ ଆସୁଥିବା ରାଲିଆ ପୁଲିସ ଷ୍ଟେସନ ହାଉସ ଅଫିସର ସୁନିଲ ଚୌଧରୀ କହିଛନ୍ତି। ପୋଷ୍ଟମର୍ଟମ ପରେ ମୃତଦେହ ଗୁଡିକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ ମାମଲାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/acci-jharkhanda-1.jpg)