ଲକ୍ଷ୍ନୌ : ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଯମୁନା ନଦୀରେ ଗୁରୁବାର ଏକ ନୌକା ବୁଡ଼ିଯାଇ ୨୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୧୭ ଜଣ ନିଖୋଜ ଅଛନ୍ତି। ଏହି ନୌକାରେ ୩୫ ଜଣ ଯାଉଥିବା ବେଳେ ପ୍ରବଳ ପବନ ଯୋଗୁଁ ନଦୀରେ ଏହା ଓଲଟି ପଡ଼ିଥିଲା। ଏଥିରେ ଅଧିକାଂଶ ମହିଳା ଓ ପିଲା ଥିଲେ ବୋଲି ଜଣାପଡ଼ିଛି।
ଜିଲ୍ଲା ଏସ୍ପି ଏସଂପର୍କରେ କହିଛନ୍ତି ଯେ ନୌକା ଚାଳକକୁ ଅଟକ ରଖାଯାଇଛି। ରକ୍ଷା ବନ୍ଧନ ଅବସରରେ ଗୁରୁବାର ଦିନ ପ୍ରାୟ ୩୫ ଜଣ ଯାତ୍ରୀ ଅପରାହ୍ନ ୩ଟା ସମୟରେ ବାନ୍ଦା ଜିଲ୍ଲାର ମାର୍କା ଅଞ୍ଚଳରୁ ଜରୌଲି ଘାଟକୁ ଯିବା ସମୟରେ ଏହି ଅଘଟଣ ଘଟିଛି। ବର୍ତ୍ତମାନ ସୁଦ୍ଧା ଯେଉଁ ତିନି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ସେଥିରେ ଜଣେ ମହିଳା ଏବଂ ୨ ଜଣ ଶିଶୁ ଅଛନ୍ତି। ଏସଡିଆରଏଫ୍ ଏବଂ ପୁଲିସ ଟିମ୍ ଦ୍ବାରା ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୭ ଜଣ ଭାସିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି। ରାତିରେ ମଧ୍ୟ ଏହି ଅଭିଯାନ ଜାରି ରହିବ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/up.jpg)