ଜାପାନ ଫିଲ୍ମ ଷ୍ଟୁଡିଓରେ ନିଆଁ ଲାଗି ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା

ଟୋକିଓ: ଗୁରୁବାର ପ୍ରତ୍ୟୁଷରେ କିଓଟୋସ୍ଥିତ ଏକ ଆନିମେସନ୍‌ ପ୍ରଡକ୍‌ସନ୍‌ ଷ୍ଟୁଡିଓ ମଧ୍ୟକୁ ପ୍ରବେଶ କରି ନିଆଁ ଲଗାଇ ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୯ ଜଣଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ଆଶଙ୍କା କରାଯାଉଛି। ଏହାଛଡ଼ା ଆହୁରି ଡଜନାଧିକ ଲୋକ ଭିତରେ ଅଟକି ରହିଥିବାର ସମ୍ଭାବନା ରହିଛି।

ଅଗ୍ନିକାଣ୍ଡ ଯୋଗୁଁ ଆହତ ହୋଇଥିବା ୩୬ ଜଣଙ୍କ ମଧ୍ୟରୁ କେତେକଙ୍କ ସ୍ୱସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଛି ବୋଲି ଜାପାନୀ ସରକାରୀ କର୍ତ୍ତୃପକ୍ଷ କହିଛନ୍ତି।

Image Source: The Telegraph

ନିଆଁ ଚରାଇବାକୁ ସନ୍ଦିଗ୍ଧ ଅଜଣା ତରଳ ପଦାର୍ଥ ସିଞ୍ଚନ କରିବା ପରେ ଜାପାନର ପ୍ରାଚୀନ ରାଜଧାନୀ କିଓଟୋରେ ଅବସ୍ଥିତ ଏହି ତ୍ରିତଳ ଅଟ୍ଟାଳିକାରେ ନିଆଁ ବ୍ୟାପୀ ଯାଇଥିଲା ବୋଲି କିଓଟୋ ପର୍ଫେକ୍‌ୁୁଆଲ୍‌ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ କହିଛନ୍ତି।

ଅଗ୍ନିକାଣ୍ଡରେ ଆହତ ହୋଇ ପଡ଼ିଥିବା ସମ୍ପୃକ୍ତ ସନ୍ଦିଗ୍ଧକୁ ମଧ୍ୟ ଡାକ୍ତରଖାନା ନିଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।
ନିଆଁ ଲାଗିଲା ବେଳେ ଅଟ୍ଟାଳିକାରେ ୭୦ ରୁ ଅଧିକ ଲୋକ ଥିଲେ। ଅନେକ ଦୌଡ଼ି ପଳାଇ ଆସିଥିଲେ, କିନ୍ତୁ ଭିତରେ ଥିବା ୩୦ ଜଣଙ୍କ ପାଖରେ ପହଞ୍ଚି ହୋଇ ନ ଥିଲା।
୧୯୮୧ରେ ସ୍ଥାପିତ ‘କ୍ୟୋଆନି’ ଭାବେ ପରିଚିତ ଏହି ଷ୍ଟୁଡିଓରେ ‘ଲକି ଷ୍ଟାର୍‌’, ‘କେ-ଅନ୍‌’ ଏବଂ ‘ହାରୁଚି=ସୁଜୁମିୟା’ ଭଳି ଫିଲ୍ମ ଉତ୍ପାଦନ କରିଥିଲା।

ସମ୍ବନ୍ଧିତ ଖବର