ବର୍ଲିନ: ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଶୁକ୍ରବାର ଜର୍ମାନୀର ମ୍ୟୁନିକ୍ ଠାରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ସେଠାରେ ଏକ ବଡ଼ ଘଟଣା ଘଟିଛି। ଗୁରୁବାର ମ୍ୟୁନିକରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଏକ ଜନଗହଳିକୁ ଧକ୍କା ଦେବାଫଳରେ ଅନେକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟ୍ରେଡ୍ ୟୁନିୟନ ଭେର୍ଡିର ସଦସ୍ୟମାନଙ୍କୁ ନେଇ ଏକ ପ୍ରତୀକାତ୍ମକ ଧର୍ମଘଟ ସମୟରେ ଏହି ଘଟଣା ଘଟିଛି।

Advertisment

ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ଡ୍ରାଇଭରକୁ ଗିରଫ କରାଯାଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଏବଂ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ଅଟକ ରଖାଯାଇଛି ବୋଲି ପୁଲିସ ଏକ ବିବୃତି ଜାରି କରି ସୂଚନା ଦେଇଛି। ଡ୍ରାଇଭର ଆଉ କାହା ପାଇଁ ବିପଦ ନୁହେଁ ବୋଲି ପୁଲିସ କହିଛି। କେତେକ ଗଣମାଧ୍ୟମ ଆହତଙ୍କ ସଂଖ୍ୟା ୨୮ ବୋଲି କହୁଛନ୍ତି ।