ବାଦ୍‌ ପଡ଼ିଥିବା ପ୍ରମୁଖ ୨୦ ଜଣ

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ଦ୍ବିତୀୟ ଥର ନିର୍ବାଚିତ ହୋଇ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆଜି ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ମୋଦୀଙ୍କ ସମେତ ଅନ୍ୟ ବିଜେପି ଓ ଏନଡିଏର ସହଯୋଗୀ ନେତାମାନେ ମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ତେବେ ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨୦ ଜଣ ପ୍ରମୁଖ ନେତାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିନାହିଁ । ସେମାନଙ୍କ ମଧ୍ୟରେ ଅଛନ୍ତି ସୁଷମା ସ୍ବରାଜ , ଉମା ଭାରତୀ (ଉଭୟ ଲୋକସଭା ନିର୍ବାଚନ ଲଢ଼ି ନଥିଲେ), ଅରୁଣ ଜେଟ୍‌ଲି (ସ୍ବାସ୍ଥ୍ୟଗତ କାରଣରୁ ମନ୍ତ୍ରୀ ହେବାକୁ ମନା କରିଥିଲେ)। ଏତଦବ୍ୟତୀତ ଜଗତ ପ୍ରକାଶ ନଡ୍ଡା (ବିଜେପି ସଭାପତି ହେବା ସମ୍ଭାବନା କାରଣରୁ) ମଧ୍ୟ ମନ୍ତ୍ରିମଣ୍ଡଳରେ ନାହାନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ସୁରେଶ ପ୍ରଭୁ, ମେନକା ଗାନ୍ଧୀ, ଅଶୋକ ଗଜପତି ରାଜୁ ପଶୁପତି, ଅନନ୍ତ ଗୀତେ, ଚୌଧୁରୀ ବିରେନ୍ଦ୍ର ସିଂହ, ରାଧାମୋହନ ସିଂହ, ଡ. ମହେଶ ଶର୍ମା, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଆଲଫୋନ୍ସ କନ୍ନଥନମ, ବିଜୟ ଗୋୟଲ, ଏସ୍‌ ଏସ୍‌ ଆଲୁୱାଲିଆ, ରାମକୃପାଳ ଯାଦବ, ହଂସରାଜ ଗଂଗାରାମ ଅହିର, ଅନନ୍ତକୁମାର ହେଗଡେ, ଜୟନ୍ତ ସିହ୍ନା ଏବଂ ଅନୁପ୍ରିୟା ପଟେଲ।

ସମ୍ବନ୍ଧିତ ଖବର