ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳି ସରକାରରେ ୨୦ ଜଣଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ କରାଯାଇଛି। ପ୍ରଥମ ଥର ପାଇଁ ମୋଦୀ କ୍ୟାବିନେଟରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଅଛନ୍ତି। ଜଣେ ସାଧାରଣ କର୍ମୀରୁ କ୍ୟାବିନେଟ ମନ୍ତ୍ରୀ ବନିଥିବା ଶାହ ୨୦୧୪ ଲୋକସଭା ନିର୍ବାଚନ ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ। ବିଜେପିର ଚାଣକ୍ୟ ଭାବେ ପରିଚିତ ଶାହ ବିଜେପିକୁ ପୁଣି ୨୦୧୯ରେ କ୍ଷମତାକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ତେବେ ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ମୋଦୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। କୂଟନୀତିଜ୍ଞ ଜୟଶଙ୍କର ଭାରତ-ଆମେରିକା ପରମାଣୁ ଚୁକ୍ତି ଆଲୋଚନା ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଝାଡ଼ଖଣ୍ଡର ତିନି ଥର ମୁଖ୍ୟମନ୍ତ୍ରୀ ରହିଥିବା ଅର୍ଜୁନ ମୁଣ୍ଡାଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ମନ୍ତ୍ରୀ କରାଯାଇଛି। ୨୦୦୯ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ୨୦୧୦ରେ ଦାୟିତ୍ୱ ନେବା ପାଇଁ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ୪୪ ବର୍ଷୀୟ ଅନୁରାଗ ଠାକୁର ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି। ପୂର୍ବତନ ହିମାଚଳ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲଙ୍କ ପୁତ୍ର ଅନୁରାଗ ବିଜେପି ଅଧ୍ୟକ୍ଷଙ୍କ ରଣନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଦେଖାଇଥିବା ନିଷ୍ଠା ପାଇଁ ତାଙ୍କୁ ଏଥର ମନ୍ତ୍ରୀ ପଦ ମିଳିଛି। ସେହିଭଳି ମୋଦୀଙ୍କ ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି କୈଳାଶ ଚୌଧୁରୀ, ରତନ ଲାଲ କତାରିଆ, ଦେବଶ୍ରୀ ଚୌଧୁରୀ, ଜି କିଶନ ରେଡ୍ଡୀ, ଅରବିନ୍ଦ ସାୱନ୍ତ, ପ୍ରହ୍ଲାଦ ଯୋଶୀ, ରମେଶ ପୋଖରିୱାଲ, ସୁରେଶ ଅଂଗଡ଼ି, ରାମେଶ୍ୱର ତେଲି, ପ୍ରହଲ୍ଲାଦ ସିଂହ ପଟେଲ, ସଞ୍ଜୟ ଶାମରାଓ ଧତ୍ରେ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନିତ୍ୟାନନ୍ଦ ରାଏ, ଭି ମୁରଲୀଧରନ, ରେଣୁକା ସିଂହ ସରୁତା ଏବଂ ସୋମ ପ୍ରକାଶ।
ମୋଦୀ ସରକାରରେ ୨୦ ନୂଆ ମୁହଁ
/sambad/media/post_attachments/wp-content/uploads/2019/05/Untitled-24-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)