୪ ବର୍ଷରେ କେସିଆର୍‌ଙ୍କ ବୋହୂଙ୍କ ସମ୍ପତ୍ତି ୨୦ ଗୁଣ ବଢ଼ିଛି

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ପୁଅ ତଥା ରାଜ୍ୟ ଆଇଟି ମନ୍ତ୍ରୀ କେଟି ରାମାରାଓ (କେଟିଆର୍‌)ଙ୍କ ଠାରୁ ବୋହୂ କେ ଶୈଲିମା ଅଧିକ ଧନୀ ବୋଲି ଜଣାପଡ଼ିଛି। ପୁଅ ବୋହୂଙ୍କ ମୋଟ ସମ୍ପତ୍ତି ୪୧ କୋଟି ଟଙ୍କା ବୋଲି ନିର୍ବାଚନ କମିସନଙ୍କୁ ଦିଆଯାଇଥିବା ତଥ୍ୟରେ ଦର୍ଶାଯାଇଥିବା ବେଳେ ସେଥିରୁ ଶୈଲିମାଙ୍କ ସମ୍ପତ୍ତିର ପରିମାଣ ୩୫.୯୮ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଡିସେମ୍ବର ୭ରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଉଭୟ ଯେଉଁ ଦସ୍ତାବିଜ ଦାଖଲ କରିଛନ୍ତି, ସେଥିରୁ ଜଣାପଡ଼ିଛି ଯେ ବିଗତ ୪ ବର୍ଷ ମଧ୍ୟରେ ପରିବାରର ମୋଟ ସମ୍ପତ୍ତିରେ ଆଶାତୀତ ବୃଦ୍ଧି ଘଟିଛି। କେଟି ରାମାରାଓଙ୍କ ସମ୍ପତ୍ତି ୪୦୦ ପ୍ରତିଶତ ବଢ଼ିଥିବା ବେଳେ ତାଙ୍କ ପତ୍ନୀଙ୍କ ସମ୍ପତ୍ତିରେ ୨୦ ଗୁଣ ବୃଦ୍ଧି ଘଟିଛି। ତେବେ କେସିଆର୍‌ଙ୍କ ମନ୍ତ୍ରୀ ପୁଅଙ୍କ ଅପେକ୍ଷା ବୋହୂ ଏତେ ଅଧିକ ସମ୍ପତ୍ତିର ମାଲିକାଣୀ କମ୍‌ ସମୟ ମଧ୍ୟରେ କିଭଳି ହେଲେ ସେ ନେଇ ଚର୍ଚ୍ଚା ଚାଲିଛି । ନିଜ ପିତାଙ୍କ ଭଳି କେଟିଆର୍‌ ମଧ୍ୟ ନିଜକୁ ଜଣେ ଚାଷୀ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର