୭ ରାଜ୍ୟ ପାଇଁ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ

ନୂଆଦିଲ୍ଲୀ: ୩୯ ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରି କହିଲେ ଯେ, କେନ୍ଦ୍ର ସହ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ସମନ୍ବୟ ରହିଲେ କାର୍ଯ୍ୟଗୁଡିକ ସକାରାତ୍ମକ ରୂପ ନେବ। ଓ ଠିକଣା ସମୟରେ କାର୍ଯ୍ୟକାରୀ କରାଯାଇପାରିବ। ଏହା ଦ୍ବାରା ଏକ ମଲ୍ଟି ମଡେଲ ପ୍ଲାଟଫର୍ମ ସୃଷ୍ଟି କରାଯାଇପାରିବ। ଏହି ଅବସରରେ ୭ ରାଜ୍ୟ ପାଇଁ ୮ ପ୍ରକଳ୍ପ ଓ ଗୋଟିଏ ଯୋଜନା ବିଷୟରେ ସମୀକ୍ଷା କରାଯାଇଥିଲା।  ଏଥିରେ ୩ ପ୍ରକଳ୍ପ ରେଳ ମନ୍ତ୍ରଣାଳୟର, ୨ ପ୍ରକଳ୍ପ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ଗୋଟିଏ ପ୍ରକଳ୍ପ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ରହିଛି। ପ୍ରକଳ୍ପଗୁଡିକ ଆନୁମାନିକ ମୂଲ୍ୟ ପ୍ରାୟ ୨୦,୦୦୦ କୋଟି ଟଙ୍କା ହେବ। ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଆଦି ୭ ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ।

ଠିକ ସମୟରେ ଏହା ସାରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ପରେ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନର ମଧ୍ୟ ସମୀକ୍ଷା କରିଥିଲେ । ସେ କହିଛନ୍ତି ଯେ ପୋଷଣ ଅଭିଯାନକୁ ପ୍ରତ୍ୟେକ ସରକାରୀ ଆଭିମୁଖ୍ୟ ସହିତ ପ୍ରତ୍ୟେକ ରାଜ୍ୟରେ ମିଶନ ମୋଡରେ କାର୍ଯ୍ୟକାରୀ କରାଯିବା ଉଚିତ । ତୃଣମୂଳ ସ୍ତରରେ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରିବାରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ଅନ୍ୟାନ୍ୟ ସ୍ଥାନୀୟ ସଂଗଠନର ଅଂଶଗ୍ରହଣ ବିଷୟରେ ଆଲୋଚନା ହୋଇଥିଲା। ସୂଚନା ଯୋଗ୍ୟ ଯେ, ପ୍ରଗତି ବୈଠକର ୩୮ ତମ ସଂସ୍କରଣ ପର୍ଯ୍ୟନ୍ତ, ୧୪.୬୪ଲକ୍ଷ କୋଟି ଟଙ୍କା ମୂଲ୍ୟର ୩୦୩ ପ୍ରକଳ୍ପର ସମୀକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର