ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର, ଦୀପକ ଗୁପ୍ତା ଓ ଏସ୍ ଏ ନଜରିଙ୍କ ଖଣ୍ଡପୀଠ ଆଜି ଓଡ଼ିଶାକୁ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ସିଏସ୍ଏଫ୍ଏଲ୍ ବିଭାଗରେ ପଦବି ଗୁଡ଼ିକ ଖାଲି ପଡ଼ିଥିବା ସମ୍ପର୍କରେ ସୂଚନା ପ୍ରଦାନ କରାନଯାଇ ଥିବାରୁ ଓଡ଼ିଶାକୁ ଜରିମାନା କରାଯାଇଥିବା ଜଣାପଡ଼ିଛି। କେବଳ ଓଡ଼ିଶା ନୁହେଁ ମହାରାଷ୍ଟ୍ର , ଗୋଆ ଓ ଉତ୍ତରପ୍ରଦେଶକୁ ମଧ୍ୟ ଖଣ୍ଡପୀଠ ଜରିମାନା କରିଛନ୍ତି।