ଗୋଟିଏ ଦିନରେ ୨୦ ବଦଳି: ବ୍ୟାପମ୍‌ ଟିମ୍‌ରୁ କର୍ମଚାରୀ କାଢ଼ି ନେଲା ସିବିଆଇ

ଭୋପାଳ: ୫୦ରୁ ଅଧିକ ମାମଲା ପଡ଼ିରହିଥିଲେ ମଧ୍ୟ ସବିସଆଇ ତା’ର ଭୋପାଳର ‘ସ୍ପେସାଲ୍‌ ବ୍ୟାପମ୍‌ ସ୍କାମ୍‌ ବ୍ରାଞ୍ଚ୍‌’ରୁ ୨୦ ଜଣ ଅଧିକାରୀଙ୍କୁ ବଦଳି କରିଛି।

ଏହି ଅଧିକାରୀମାନେ ସିବିଆଇର ଦିଲ୍ଲୀସ୍ଥିତ ଦୁର୍ନୀତି ନିବାରଣ ଶାଖାକୁ ବଦଳି ହୋଇଛନ୍ତି। ୨୦୧୬ରେ ସିବିଆଇ ତା’ର ପ୍ରଫେସର୍ସ କଲୋନି ଅଫିସ୍‌ରେ ‘ବ୍ୟାପମ୍‌ ଶାଖା’ ଖୋଲି ଡିଆଇଜି, ଏଏସ୍‌ପି, ଡିଏସ୍‌ପି ସମେତ ଶତାଧିକ କର୍ମଚାରୀ ନିଯୁକ୍ତ କରିଥିଲେ। ନିକଟରେ ୨୦ ଜଣ କର୍ମଚାରୀଙ୍କ ବଦଳିକୁ ମିଶାଇ ଗତ ୬ ମାସ ମଧ୍ୟରେ ସେଠାରୁ ୭୦% ଅଧିକ କର୍ମଚାରୀ ବଦଳି ହୋଇ ଗଲେଣି।

ସିବିଆଇର ତରଫରୁ କୁହାଯାଇଛି ଯେ ପଡ଼ି ରହିଥିବା ୫୦ ମାମଲାରୁ ୪୦ଟି ମାମଲା ଏବେ ଶେଷ ହେବା ଅବସ୍ଥାରେ ପହଞ୍ଚିଛି। ଶତାଧିକ ମାମଲାରେ ଲୋକଙ୍କୁ ଚାର୍ଜସିଟ୍‌ କରାଯାଇ ତଦନ୍ତ ଚାଲିଛି। ରୁଟିନ୍‌ ଧାରାରେ କିଛି ଅଧିକାରୀଙ୍କୁ ବଦଳି କରାଯିବ। ଶାଖାକୁ ବନ୍ଦ କରାଯିବାର କୌଣସି କାରଣ ନାହିଁ।

ସମ୍ବନ୍ଧିତ ଖବର