ବେଙ୍ଗାଲୁରୁ: ବେଙ୍ଗାଲୁରୁର କେଙ୍ଗେରୀରେ ମର୍ସିଡିଜ୍ ବେଞ୍ଜ୍ ଚଳାଉଥିବା ଜଣେ ଜଣେ ୨୦ ବର୍ଷୀୟ ଯୁବକ ଧନୁଷ ଶନିବାର ସନ୍ଧ୍ୟାରେ ଦୁର୍ଘଟଣା ଘଟାଇଛନ୍ତି। ସେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ସଂଧ୍ୟା ନାମକ ୩୦ ବର୍ଷୀୟା ମହିଳାଙ୍କ ଉପରେ ଚଢ଼ାଇ ନେଇ ଯାଇଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ବୋଲି ଜାଣିବାକୁ ମିଳିଛି।
ସଂଧ୍ୟା ରାସ୍ତା ପାର୍ କରିବାକୁ ଉଦ୍ୟମ କରୁଥିବା ବେଳେ ଧନୁଷ ଦ୍ରୁତ ଗତିରେ ଗାଡ଼ି ଆଣି ତାଙ୍କ ସହ ଦୁର୍ଘଟଣା ଘଟାଇଥିଲେ। ଦୁର୍ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ତାଙ୍କୁ ଅଟକାଇ ରଖିଥିଲେ।
ଏହା ପରେ ଧନୁଷଙ୍କୁ କେଙ୍ଗେରୀ ଟ୍ରାଫିକ ପୁଲିସ ଗିରଫ କରି ୧୪ ଦିନ ରିମାଣ୍ଡରେ ନେଇଛି। ତେବେ ଧନୁଷଙ୍କ ବାପା ଏକ ଘରୋଇ ବସ୍ ଟ୍ରାଭେଲ୍ କମ୍ପାନିର ମାଲିକ ବୋଲି ଜଣା ପଡିଛି।
ଟ୍ରାଫିକ ୱେଷ୍ଟର ଡିସିପି କହିଛନ୍ତି ଯେ ଆମେ ତୁରନ୍ତ ଅଭିଯୁକ୍ତକୁ ଧରିଛୁ ଏବଂ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଖବର ଅନୁଯାୟୀ, ଧନୁଷଙ୍କ ପିତା ନିକଟରେ ବିଳାସପୂର୍ଣ୍ଣ କାର କିଣିଥିଲେ ଏବଂ ଧନୁଷ ଗାଡି ନେଇ କିଛି ବନ୍ଧୁଙ୍କ ସହ ଯଶୱନ୍ତପୁର ନିକଟ ଏକ ମଲକୁ ଯାଇଥିଲେ। ସେଠରେ ସେ ମଦ୍ୟପାନ କରିବା ପରେ ନିଜ ବନ୍ଧୁଙ୍କ ସହ ମୌସୁର ରୋଡ୍କୁ ଲଙ୍ଗ୍ ଡ୍ରାଇଭ୍ରେ ଯିବାକୁ ଚିନ୍ତା କରିଥିଲେ। ସେଠାରେ ହିଁ ଏହି ଦୁର୍ଘଟଣା ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/05/nbGytS8jNbIbBDCkxQgY.jpg)