କୋଟା: ରାଜସ୍ଥାନର କୋଚିଂ ହବ୍ କୋଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସେଠାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାଁ ଅଭିଷେକ ଲୋଧା । ଛାତ୍ରଙ୍କ ଘର ମଧ୍ୟପ୍ରଦେଶର ଗୁନାରେ । ସେ ଜେଇଇ ପାଇଁ ପ୍ରସ୍ତୁତ ହେବାକୁ ୨୦୨୪ ମସିହା ମେ ମାସରେ କୋଟା ଯାଇଥିଲେ ।
ମୃତ୍ୟୁ ଘଟଣା ପରେ ଏବେ ତାଙ୍କ ରୁମରୁ ପୁଲିସ ମୃତଦେହ ଉଦ୍ଧାର କରିଛି । ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ଆଉ ଜଣେ ଛାତ୍ର ଦିନକ ପୂର୍ବରୁ ତାଙ୍କ ହଷ୍ଟେଲ ରୁମ୍ରେ ଆତ୍ମହତ୍ୟା କରିଥିଲେ । ଛାତ୍ର ଜଣକ ୨ ବର୍ଷ ପୂର୍ବେ ହରିଆଣାରୁ କୋଟାକୁ ଆସିଥିଲେ ଏବଂ କୋଟାର ରାଜୀବ ଗାନ୍ଧୀ ନଗର ଅଞ୍ଚଳରେ ଏକ ହଷ୍ଟେଲ୍ରେ ରହୁଥିଲେ । ଗତବର୍ଷ କୋଟାରେ ୨୩ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେବଳ ୨୦ ଜଣ କୋଟା ସହରର ବୋଲି ଜଣାପଡ଼ିଛି ।