ବେଙ୍ଗାଲୁରୁ: ରିଲ୍ସ କରିବା ବେଳେ ପୂର୍ବରୁ ଅନେକଙ୍କ ଜୀବନ ଯାଇଥିବା ବେଳେ ନିକଟରେ ଏକ ସଦ୍ୟ ଘଟଣା ଘଟିଛି। ରିଲ୍ସ କରିବା ବେଳେ ବେଙ୍ଗାଲୁରୁର ପରପ୍ପାନା ଅଗ୍ରହାରାରେ ଏକ ନିର୍ମାଣାଧୀନ କୋଠାର ୧୩ ମହଲାରୁ ପଡ଼ି ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଜୀବନ ଯାଇଛି। ସୋସିଆଲ ମିଡିଆ ପାଇଁ ରିଲ୍ ସୁଟିଂ କରୁଥିବା ସମୟରେ ତଳେ ପଡ଼ି ସେ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ରହିଛି।
ପୁଲିସର ସୂଚନା ଅନୁଯାୟୀ, ମହିଳା ଜଣକ ବିଳମ୍ବିତ ରାତିର ପାର୍ଟି କରିବା ପାଇଁ ଉଭୟ ପୁଅ ଏବଂ ଝିଅ ବନ୍ଧୁଙ୍କର ଏକ ଦଳ ସହ ଉପର ମହଲାକୁ ଯାଇଥିଲେ।
ସେମାନଙ୍କ ସଂପର୍କରେ ଥିବା କିଛି ସମସ୍ୟାକୁ ନେଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ସେ ଦୁଃଖରେ ଉପରକୁ ଯାଇ ରିଲ୍ସ କରିଥିଲେ। ସେଠାରେ ରିଲ୍ସ କରୁ କରୁ ଦୁର୍ଘଟଣାବଶତଃ ତଳକୁ ଖସି ପଡ଼ିଥିଲେ।
ବିହାରର ପୀଡିତା ଜଣକ ସହରର ଏକ ସପିଂ ମାର୍ଟରେ ଚାକିରି କରୁଥିଲେ। ଘଟଣା ପରେ ତାଙ୍କ ବନ୍ଧୁମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ଡିସିପି (ଦକ୍ଷିଣ ପୂର୍ବ) ଫାତିମା ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛନ୍ତି, ସେମାନେ କୋଠାରେ ପାର୍ଟି କରୁଥିଲେ। ପରେ ସେମାନେ ରିଲ୍ସ କରିବା ପାଇଁ ଛାତକୁ ଯାଇଥିଲେ ଏବଂ ସେ ଖସି ପଡ଼ି ମୃତ୍ୟୁବରଣ କରିଛନ୍ତି।ସବୁକିଛି ତଦନ୍ତାଧୀନ ଅଛି।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/26/new-project-1-2025-06-26-13-28-05.jpg)