ତେହେରାନ୍: ରବିବାର ଦିନ ତେହେରାନ୍ର ଜଣେ ଅଧିକାରୀ କହିଛନ୍ତି କି ଶନିବାର ରାତିରେ ଇରାନୀୟ ରାଜଧାନୀରେ ପ୍ରତିବାଦ ପ୍ରଦର୍ଶନ ବେଳେ ୨୦୦ ଲୋକଙ୍କୁ ଗିରଫ କରାଯାଇଛି।
ତେହେରାନ୍ର ଗଭର୍ଣ୍ଣର୍ଙ୍କ ସିକ୍ୟୁରିଟି ଡେପୁଟି ଅଲି ଅସଗର୍ ନାସେର୍ବଖତ୍ କହନ୍ତି: ଗିରଫ ବ୍ୟକ୍ତିମାନଙ୍କୁ ଏବେ ଅଦାଲତଙ୍କ ବିଚାର ପାଇଁ ଅଟକ ରଖାଯାଇଥିବା ବେଳେ ଅନ୍ୟ କେତେକ କ୍ଷମାଯାଚନା କରି ମୁକ୍ତି ପାଇଛନ୍ତି।
ସେ କହିଛନ୍ତି ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ୪୦ ଜଣ ନେତା। ସେମାନଙ୍କ ପ୍ରତିବାଦ ସହ ଅର୍ଥନୀତିର କୌଣସି ସମ୍ପର୍କ ନ ଥିଲା ବୋଲି ଜଣାପଡ଼ିଛି। କେତେକ ବିଦେଶୀ ବିରୋଧୀ ଗୋଷ୍ଠୀ ଆମ ଯୁବକବର୍ଗଙ୍କୁ ଭାବୁକ କରିପକାଉଛନ୍ତି।
ଶନିବାର ଦିନ ତେହେରାନ୍ ବିଶ୍ୱବିଦ୍ୟାଳୟ ଆଖପାଖରେ ଶହ ଶହ ଲୋକ ପ୍ରତିବାଦ କରିଥିଲେ। ରାତିରେ ସେମାନେ ଟାଉନ୍ ହଲ୍ ଉପରେ ଆକ୍ରମଣ କରିବା ସହ କେତେକ ସ୍ଥାନରେ ଭଙ୍ଗାରୁଜା କରିଥିଲେ।
Image Courtesy of The Peninsula Qatarଗୁରୁବାର ଠାରୁ ଦେଶ ବ୍ୟାପୀ ଛୋଟବଡ଼ ସହରରେ ହୋଇଥିବା ପ୍ରତିବାଦ ତୁଳନାରେ ତେହେରାନ୍ର ପ୍ରତିବାଦ ଥିଲା ଛୋଟକାଟିଆ। କିନ୍ତୁ, ତେହେରାନ ତୁଳନାରେ ସେସବୁ ସ୍ଥାନରେ ଗିରଫଦାରି ଥିଲା ସ୍ୱଳ୍ପ।
/sambad/media/agency_attachments/2024-07-24t043029592z-sambad-original.webp)