ଗୁଜୁରାଟ ନିର୍ବାଚନର ରୋଚକ କଥା: ଏଥର କମିଗଲେ ୨୦୦ ପ୍ରାର୍ଥୀ

ଅହମ୍ମଦାବାଦ: ଆସନ୍ତାକାଲି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଆଉ ଏହି ମତଦାନ ପୂର୍ବରୁ ଆଜି ଆମେ ଆପଣଙ୍କୁ ନିର୍ବାଚନର ଏକ ରୋଚକ କଥା କହିବାକୁ ଯାଉଛୁ | ବାସ୍ତବରେ ୨୦୧୭ ମସିହାର ନିର୍ବାଚନ ତୁଳନାରେ ଏଥର ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦୦ ପ୍ରାର୍ଥୀ ହ୍ରାସ ପାଇଛନ୍ତି। ଅର୍ଥାତ୍ ୨୦୧୭ ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ଅପେକ୍ଷା ଏଥର ୨୦୦ ଜଣ କମ୍ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ଗୁଜୁରାଟରେ ୨୦୧୭ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୮୯ଟି ବିଧାନସଭା ଆସନ ପାଇଁ ୯୭୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ | ଆଉ ଏଥର ସମାନ ସଂଖ୍ୟକ ଆସନ ପାଇଁ କେବଳ ୭୮୮ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି |

୨୦୧୭ ବିଧାନସଭା ନିର୍ବାଚନରେ ​​୬୫ଟି ରାଜନୈତିକ ଦଳ ଗୁଜୁରାଟରେ ନିଜର ପ୍ରାର୍ଥୀ ଦେଇଥିଲେ। ତେବେ ଏଥର ଗୁଜୁରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​୨୦୦ ଜଣ ପ୍ରାର୍ଥୀ କମିଯିବାକୁ ନେଇ ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୧୭ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରତି ବିରୋଧ ବହୁତ ଅଧିକ ଥିଲା। ଏହି କାରଣରୁ ଅଧିକାଂଶ ଲୋକ ବିଜେପି ବିରୋଧରେ ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିଥିଲେ। କିନ୍ତୁ ଏଥର ସେତେଟା ବିଜେପି ବିରୋଧରେ ପ୍ରାର୍ଥୀ ବା ଅସନ୍ତୁଷ୍ଟ ପ୍ରାର୍ଥୀ ମଇଦାନକୁ ଓହ୍ଲାଇନାହାନ୍ତି | ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଗୁଜରାଟର ୧୮୨ଟି ସିଟ୍ ମଧ୍ୟରୁ ପ୍ରାୟ ୪୯ ପ୍ରତିଶତ ସିଟ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ ।

ସମ୍ବନ୍ଧିତ ଖବର