ଭାରତୀୟ ସେନା ସହ ପୁଣି ମୁହାଁମୁହିଁ; ଅରୁଣାଚଳ ସୀମାନ୍ତରେ ଅଟକ ଥିଲେ ୨୦୦ ଚୀନା ସୈନିକ

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତୀୟ ଏବଂ ଚୀନା ସେନା ପୁଣି ଥରେ ମୁହାଁମୁହିଁ ହେବାରୁ ‘ପିପୁଲସ୍‌ ଲିବରେସନ୍‌ ଆର୍ମି’ର ପ୍ରାୟ ୨୦୦ ସୈନିକ ଅରୁଣାଚଳ ପ୍ରଦେଶ ସୀମାନ୍ତ ଅଞ୍ଚଳସ୍ଥିତ ‘ବାସ୍ତବ ନିୟନ୍ତ୍ରଣ ରେଖା’ ନିକଟରେ ଅଟକାଇ ଥିଲେ।

ଗତ ସପ୍ତାହରେ ଚୀନ୍‌ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିୟମିତ ପାଟ୍ରୋଲିଙ୍ଗ୍‌ ସମୟରେ ଭାରତ ଓ ଚୀନ୍‌ ସୈନିକମାନେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଚୀନ୍‌ର କିଛି ସୈନିକ ଭାରତୀୟ ସୀମା ମଧ୍ୟକୁ ପଶିଆସିଥିଲେ। ଫଳତଃ, ପ୍ରାୟ ୨୦୦ ଚୀନା ସୈନିକଙ୍କୁ ଭାରତୀୟ ସୈନିକମାନେ ଅଟକାଇ ଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

Image Courtesy of Zee News

ପରେ, ଆଞ୍ଚଳିକ କମାଣ୍ଡର୍‌ମାନେ ବିବାଦର ସମାଧାନ କରିବାରୁ ଉଭୟ ପକ୍ଷର ସୈନିକ ଅପସରି ଯାଇଥିଲେ।

ଦୁଇ ଦେଶ ମଧ୍ୟରେ ପ୍ରଚଳିତ ଚୁକ୍ତି ଅନୁସାରେ ଭିନ୍ନ ଭିନ୍ନ ପୃଷ୍ଠଭୂମିଥିବା ଏହି ସବୁ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ସମ୍ଭବପର ହୋଇଥିବା କଥା ସେମାନେ କହିଛନ୍ତି।

ବିଶେଷସୂତ୍ରରୁ ଜଣାପଡ଼ିଛି, ଉଭୟ ପକ୍ଷ କିଛି ସମୟ ଆଲୋଚନା କରିବା ପରେ ପ୍ରଚଳିତ ପ୍ରୋଟକଲ୍‌ ଅନୁଯାୟୀ ବିବାଦ ସାମାଧାନ ହୋଇଥିଲା।
ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ପୂର୍ବ ଲଦାଖ ସୀମାନ୍ତ ଅଞ୍ଚଳର ବାକି ବିବାଦ ସମାଧାନ କରିବା ଲାଗି ଚୀନ୍‌ ତ୍ୱରିତ ପ୍ରସ୍ତାବନା ଆଣିବ ବୋଲି ମନେହେଉଥିବା କଥା ଗୁରୁବାର ଦିନ ଭାରତ କହିଛି।

ସମ୍ବନ୍ଧିତ ଖବର