କାବୁଲସ୍ଥିତ ଭାରତୀୟ ଦୂତାବାସରେ ଫସି ରହିଛନ୍ତି ୨୦୦ରୁ ଅଧିକ ଭାରତୀୟ କର୍ମଚାରୀ, ଯବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ସେଠାରେ ଥିବା ଭାରତୀୟ ଦୂତାବାସ କର୍ମଚାରୀଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି । ପୂର୍ବରୁ ଭାରତ ସରକାର ଆଫଗାନିସ୍ତାନର ବିଭିନ୍ନ ସହରରେ ଥିବା ଭାରତୀୟ କନସୁଲେଟ କର୍ମଚାରୀମାନଙ୍କୁ ଫେରାଇ ଆଣିଥିଲେ ବି କାବୁଲସ୍ଥିତ ଦୂତାବାସରେ ଏବେ ପ୍ରାୟ ୨୦୦ କର୍ମଚାରୀ ଓ ଯବାନ ଫସି ରହିଛନ୍ତି । ସେମାନଙ୍କୁ ଆଣିବାକୁ ଭାରତ ସରକାର ପଠାଇଥିବା ଏକ ବିମାନ ଏବେ ବି କାବୁଲ ଏୟାରପୋର୍ଟରେ ଥିଲେ ମଧ୍ୟ ସେଠାରେ ଚାଲିଥିବା ଦଳାଚକଟା ଯୋଗୁଁ ବିମାନ ଆସିପାରୁ ନାହିଁ ।

ଗତକାଲି କାବୁଲକୁ ଦଖଲ କରିବା ପରେ ସମଗ୍ର ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ଏହା ସହିତ ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଆଫଗାନ ବାୟୁସୀମାକୁ ବନ୍ଦ କରିଦିଆଯାଇଛି । ଏପରି ସ୍ଥିତିରେ ସେଠାରେ ଥିବା ଭାରତୀୟ କର୍ମଚାରୀ ଓ ପ୍ରାୟ ୧୦୦ ଜଣ ଆଇଟିବିପି ଯବାନଙ୍କୁ କିପରି ସୁରକ୍ଷିତ ଭାରତ ଫେରାଇ ଅଣାଯିବ ତାହାକୁ ନେଇ ଭାରତ ସରକାର ଚିନ୍ତିତ ହୋଇପଡ଼ିଛନ୍ତି । ଏ ନେଇ ଏକ ଯୋଜନା କରିବାକୁ କ୍ୟାବିନେଟ୍ ସେକ୍ରେଟାରୀ ଓ ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ଜାରି ରହିଛି ।

 

ସମ୍ବନ୍ଧିତ ଖବର