ଇରାନ ଓ ଇରାକ୍‌ ସୀମାନ୍ତାଞ୍ଚଳ ଭୂକମ୍ପନ: ୨୦୦ ମୃତ ୧୭୦୦ରୁ ଊର୍ଦ୍ଧ୍ୱ ଆହତ

ଇରାକ୍‌: ପାହାଡ଼ ପର୍ବତ ଅଧ୍ୟୁଷିତ ଇରାନ୍‌-ଇରାକ୍‌ ସୀମାନ୍ତାଞ୍ଚଳରେ ସଂଘଠିତ ୭. ୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୨୦୦ ଲୋକଙ୍କର ପ୍ରାଣହାନୀ ଘଟିବା ସହ ୧୭୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଭୂସ୍ଖଳନ ଯୋଗୁଁ ଉଦ୍ଧାର କାର୍ଯ୍ୟ ପଛେଇ ଯାଉଛି ବୋଲି ସୋମବାର ଦିନ ଅଧିକାରୀମାନେ କହିଛନ୍ତି। ମୃତାହତଙ୍କ ସଂଖ୍ୟା କ୍ରମଶଃ ବଢ଼ି ଚାଲିଛି।

ଟୁଇଟର୍‌ରେ ପୋଷ୍ଟ୍‍ କରାଯାଇଥିବା ଫୁଟେଜ୍‌ରେ ଦିଶୁଛି: ଉତ୍ତର ଇରାକ୍‌ର ସୁଲୈମାନିଆର ଏକ କୋଠାଘରୁ ଛାନିଆରେ ଲୋକେ ପଦାକୁ ପଳାଉଛନ୍ତି। ରବିବାର ରାତି ପ୍ରାୟ ୯ଟା ୨୦ ମିନିଟ୍‌ରେ ଭୂକମ୍ପନ ହେବାରୁ ଘରର ଝରକା ଧ୍ୱଂସ୍ତ ହୋଇ ଯାଉଛି। ନିକଟବର୍ତ୍ତୀ ସହର ଦରବନ୍ଦିଖାନ୍‌ରେ ବୃହତ୍‌ ପାଚେରି ଏବଂ କଙ୍କ୍ରିଟ୍‌ ଅଟ୍ଟାଳିକା ଭାଙ୍ଗିପଡୁଥିବା ଦୃଶ୍ୟ।

ଇରାନ୍‌ର ଭୂକମ୍ପନ ପ୍ରଭାବିତ ଅଞ୍ଚଳକୁ ୩୦ ରେଡ୍‌ କ୍ରସ୍‌ ଟିମ୍‌ ପଠାଯାଇଛି।

ସମ୍ବନ୍ଧିତ ଖବର