ନୂଆଦିଲ୍ଲୀ: ଭାରତ‌ରେ ୨୦୦ରେ ପହଞ୍ଚିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଆଗରେ ରହିଛି ମହାରାଷ୍ଟ୍ର ଓ ଦିଲ୍ଲୀ। ଏହି ଦୁୁଇଟି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ୨୦୦ଜଣଙ୍କ ମଧ୍ୟରୁ ୭୭ଜଣ ସୁସ୍ଥ ହୋଇସାରିଥିବା କହିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ୫୪ଜଣ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେ‌ଳେ ତେଲେଙ୍ଗାନା ୨୦ଜଣ , କର୍ଣ୍ଣାଟକରୁ ୧୯ ଜଣ, ରାଜସ୍ଥାନରୁ ୧୮ଜଣ, କେରଳରୁ ୧୫ଜଣ ଏବଂ ଗୁଜୁରାଟରେ ୧୪ଜଣ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।

Advertisment

publive-image indiatoday

ତେବେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ୫୪ଜଣ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୮ଜଣ ଓ ଦିଲ୍ଲୀରେ ୧୨ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି।

ଅନ୍ୟପକ୍ଷରେ, ଭାରତରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୫,୩୨୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୫୩ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୫୨,୧୬୪ରେ ପହଞ୍ଚିଛି।