ଭାରତ ବିରୋଧୀ ପୋଷ୍ଟ୍‍ କରୁଥିବାରୁ ବନ୍ଦ ହେଲା ୨୦୦ ପାକିସ୍ତାନୀ ଟ୍ଵିଟର୍‌ ଆକାଉଣ୍ଟ୍‌

ଇସ୍‌ଲାମବାଦ୍‌: ଲଗାତର ଭାରତ ବିରୋଧୀ ପୋଷ୍ଟ୍‍ କରୁଥିବା ହେତୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ ୨୦୦ ପାକିସ୍ତାନୀ ଟ୍ଵିଟର୍‌ ଆକାଉଣ୍ଟ୍‌କୁ ବନ୍ଦ କରି ଦେଇଛି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନୀମାନେ ଭାରତ ବିରୋଧୀ ପୋଷ୍ଟ୍‍ କରିବାରେ ଲାଗିଥିଲେ।

ପାକିସ୍ତାନରୁ ୨୦୦ ଟ୍ଵିଟର୍‌ ଆକାଉଣ୍ଟ୍‌ ବନ୍ଦ ହେବା ପରେ ଏବେ ପାକିସ୍ତାନୀମାନେ ଟ୍ଵିଟ୍‌ରରେ ଆଉ ଏକ ଟ୍ରେଣ୍ଡ୍‌ ଚଳାଇଛନ୍ତି। ଟ୍ଵିଟର୍‌ ପୋଷ୍ଟ୍‍ରେ #ଷ୍ଟପ୍‌ସସ୍‌ପେଣ୍ଡିଂପାକିସ୍ତନୀଜ୍‌# ଟ୍ରେଣ୍ଡ୍‌ ଚାଲିଛି।

କେବଳ ସେତିକି ନୁହେଁ, ଆକାଉଣ୍ଟ୍‌ଗୁଡ଼ିକ ବନ୍ଦ ହେବା ପରେ ପାକିସ୍ତାନ ଟେଲି କମ୍ୟୁନିକେସନ କର୍ତ୍ତୃପକ୍ଷ ପକ୍ଷରୁ ସୋମବାର ଟ୍ଵିଟର୍‌ର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି।

representational

ନିଲମ୍ବିତ ଆକାଉଣ୍ଟ୍‌ଗୁଡ଼ିକର ତାଲିକା ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ୍‌’ରେ ପ୍ରକାଶ ପାଇଛି। ସେଥିରୁ ଦେଖିବାକୁ ମିଳିଛି ଯେ ନିଲମ୍ବିତ ହୋଇଥିବା ଆକାଉଣ୍ଟ୍‌ଧାରୀଙ୍କ ମଧ୍ୟରେ କେତେ ଜଣ ସରକାର ଅଧିକାରୀ ମଧ୍ୟ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନରେ ‘ସେଭ୍‌କଶ୍ମୀରଫ୍ରମମୋଦୀ’ ଓ ଆହୁରି ଅନେକ କ୍ୟାପ୍‌ସନରେ ଭାରତ ବିରୋଧୀ ଟ୍ଵିଟ୍‌ ସବୁ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର