ଜୁନ ପହିଲାରୁ ସାରା ଦେଶରେ ଚାଲିବ ୨୦୦ଟି ଏକ୍ସପ୍ରେସ ଟ୍ରେନ

ନୂଆଦିଲ୍ଲୀ : ଭାରତୀୟ ରେଳ ଦେଶରେ ରେଳ ସେବାକୁ ସ୍ବାଭାବିକ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛି । ଆସନ୍ତା ଜୁନ୧ରୁ ଦେଶରେ ପ୍ରାୟ ୨୦୦ଟି ଏକ୍ସପ୍ରେସ ମେଲ ଟ୍ରେନ ଚାଲିବ । ଏଗୁଡ଼ିକ ପାଇଁ ୨୧ ମେରୁ ବୁକିଂ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏସବୁ ଟ୍ରେନ ଗୁଡ଼ିକରେ କେବଳ ସଂରକ୍ଷିତ ସିଟ ରହିବ । କୌଣସି ଅଣସଂରକ୍ଷିତ ଡବା ରହିବ ନାହିଁ । ଯାତ୍ରୀମାନଙ୍କୁ ଷ୍ଟେସନରେ ଥର୍ମାଲ ଯାଞ୍ଚ କରି ଛଡ଼ାଯିବ । କେବଳ ଲକ୍ଷଣ ନଥିବା ଯାତ୍ରୀଙ୍କୁ ହିଁ ଛଡ଼ାଯିବ । ଯାତ୍ରୀମାନେ ମାସ୍କ ପିନ୍ଧିବା ଓ ଆରୋଗ୍ୟ  ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ ରହିବ ।

ସେହିପରି ଆସନ୍ତା ୧୦ ଦିନରେ ଦେଶରେ ପ୍ରାୟ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ  ଚାଲିବ । ତେବେ ରାଜମାନେ ଚାହିଁଲେ ଅଧିକ ଟ୍ରେନ ଚଲାଯିବ ।

ସେ କହିଛନ୍ତି ଯେ ଏପ୍ରିଲ ୧ରୁ ୨୨ ମେ ମଧ୍ୟରେ ରେଳବାଇ ଦ୍ବାରା ଅବିଚ୍ଛିନ୍ନ ଭାବେ ମାଲ ପରିବହନ କରାଯାଇଛି । ଏହି ସମୟରେ ରେଲବାଇ ଦ୍ବାରା ୯.୭ ନିୟୁତ ଟନ ଖାଦ୍ୟଶସ୍ୟ ପରିବହନ କରାଯାଇଛି । ଏହା ସହିତ ୩୨୫୫ଟି ନୂଆ ପାର୍ସଲ ସ୍ପେଶାଲ ଟ୍ରେନ ଚାଲିଛି । କରୋନା ମୁକାବିଲା ପାଇଁ ପ୍ରାୟ ୫୦୦୦ ରେଳଡବାକୁ କୋଭିଡ କେୟାର ସେଣ୍ଟରରେ ପରିଣତ କରାଯାଇଛି । ଏଗୁଡ଼ିକରେ ୮୦ ହାଜରରୁ ଅଧିକ ଶଯ୍ୟା  ରହିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର