ମୁମ୍ବାଇରେ ୨,୦୦୦, କୋଲକାତାରେ ୫୦୦ ଲୋକ ନକଲି ଟିକା ନେଇଛନ୍ତି

ମୁମ୍ବାଇ : ମୁମ୍ବାଇ ଓ କୋଲକାତା ସହରରେ ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନକଲି ଟିକା ଦିଆଯାଇଛି। ମହାରାଷ୍ଟ୍ରରେ ୨ ହଜାର ଲୋକ ନକଲି ଟିକା ନେଇଥିବାବେଳେ କୋଲକାତାରେ ୫୦୦ ଲୋକ ନକଲି ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଭିନ୍ନକ୍ଷମ ଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ ମୁମ୍ବାଇରେ ଚାଲିଥିବା ଏହି ନକଲି ଟିକାକରଣ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି।

ଏକ ଘରୋଇ ହସ୍ପିଟାଲ୍‌ର ୨ ଜଣ ଡାକ୍ତର ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି। ସେମ‌ାନେ ପ୍ରାୟ ୧୦ଟି ଟିକା ଶିବିର ପରିଚାଳନା କରୁଥିଲେ। ଟିକା ନାମରେ ସାଲାଇନ୍‌ ପାଣି ଦେଇ ଲୋକଙ୍କୁ ଭୁଆଁ ବୁଲାଇଥିଲେ। ଅଭିଯୁକ୍ତମାନେ ଠକାମୀ କରି ସଂଗ୍ରହ କରିଥିବା ଟଙ୍କା ପୁଲିସ ଜବତ କରିଛି। କୋଲକାତା ପୁଲିସ ମଧ୍ୟ ଏହି ମାମଲାରେ ଜଣଙ୍କୁ ଗିରଫ କରିଛି। ପୁଲିସ କହିଛି, ପ୍ରାୟ ୨୫୦ ଭିନ୍ନକ୍ଷମ ଏବଂ କିନ୍ନରଙ୍କୁ ଗୋଟିଏ ସ୍ଥାନରେ ଟିକା ଦିଆଯାଇଛି। ପୁଲିସ ସନ୍ଦିଗ୍ଧ ଅଭିଯୁକ୍ତଙ୍କଠାରୁ ନକଲି ଆଇ କାର୍ଡ ଜବତ କରିଛି।

ସମ୍ବନ୍ଧିତ ଖବର