ଚୀନରେ ରହିଛି ୨ ହଜାର ବର୍ଷ ପୁରୁଣା ମମି, ଗବେଷଣାରୁ ମିଳିଲା ରୋଚକ ତଥ୍ୟ

ନୂଆଦିଲ୍ଲୀ : ମୃତଦେହକୁ କେତେ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ? ହୁଏତ କିଛି ଦିନ । କିନ୍ତୁ ଚୀନରେ ଜଣେ ମହିଳାଙ୍କ ମୃତଦେହ ପ୍ରାୟ ୨ ହଜାର ବର୍ଷ ଧରି ରଖାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ପୂରା ଶରୀର ପ୍ରାୟତଃ ଅକ୍ଷତ ରହିଛି। କୁହାଯାଉଛି ଯେ ଏହି ମମି ଜଣେ ଚାଇନା ମହିଳାଙ୍କର । ଯାହାର ନାମ ଦ ଲେଡି ଅଫ୍ ଡାଇ ବା ସିନ ଜୁଇ ।

ରିପୋର୍ଟ ଅନୁଯାୟୀ, ସିନ ଜୁଇ ଖ୍ରୀଷ୍ଟପୂର୍ବ ୧୭୮ରୁ ୧୪୫ ମଧ୍ୟରେ ମୃତ୍ୟୁବରଣ କରିଥିଲେ । ତେବେ ୧୯୭୧ ମସିହାରେ ହଠାତ୍ ତାଙ୍କ କବରକୁ ଜୀବାଶ୍ମ ବିଜ୍ଞାନୀମାନେ ଆବିଷ୍କାର କରିଥିଲେ। ଏହି କବର କୁ ଦେଖି ସେମାନେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ । ମହିଳାଙ୍କ ଅଙ୍ଗ କିପରି ଅକ୍ଷତ ରହିଛି ତାହା ସେ ବିଶ୍ୱାସ କରିପାରିନଥିଲେ ।

ମୃତ ମହିଳାଙ୍କ କବର ନିକଟରୁ ବିପୁଳ ପରିମାଣର ଦାମୀ ଜିନିଷ ମିଳିଥିଲା। ଏହା ଦେଖି ସେ ବୁଝିପାରିଥିଲେ ଯେ ଏହି ମହିଳା ଜଣକ କୌଣସି ସାଧାରଣ ମହିଳା ନଥିଲେ । ଯେତେବେଳେ ସେ ଜୀବିତ ଥିଲେ, ସେ ସମ୍ଭବତଃ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବେ । ଏହି ମମିକୁ ସବୁଠାରୁ ସୁରକ୍ଷିତ ମମି ବୋଲି ବର୍ଣ୍ଣନା କରାଯାଉଛି ।

ମହିଳାଙ୍କ ଚର୍ମ ଏବେ ବି କୋମଳ ରହିଛି ଏବଂ ତାଙ୍କ ଆଖି ମଧ୍ୟ ଠିକ୍ ଦେଖାଯାଉଛି । ଖାଲି ସେତିକି ନୁହେଁ, ତାଙ୍କ ଶିରାରେ ଏବେ ବି ରକ୍ତ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୃତ ମହିଳାଙ୍କ ଶରୀରରୁ ପରୀକ୍ଷା ସମୟରେ ଅନ୍ତନଳୀରୁ ତରଭୁଜ ମଞ୍ଜି ମିଳିଛି । ବିଶ୍ୱାସ କରାଯାଏ ଯେ ମୃତ୍ୟୁ ପୂର୍ବରୁ ମହିଳା ଜଣକ ବହୁତ ତରଭୁଜ ଖାଇଥିଲେ ।

 

 

 

ସମ୍ବନ୍ଧିତ ଖବର