ଅହମଦାବାଦ୍: ୨୦୦୨ ଗୁଜରାଟ ଦଙ୍ଗାରେ ଓଡ଼ି ଗ୍ରାମରେ ଘଟିଥିବା ଗଣହତ୍ୟା ମାମଲା ନେଇ ଗୁଜରାଟ ହାଇକୋର୍ଟ ଆଜି ୧୪ ଜଣଙ୍କ ଆଜୀବନ ଜେଲ୍ଦଣ୍ଡକୁ କାଏମ ରଖିଛନ୍ତି ଏବଂ ୪ ଜଣଙ୍କୁ ମାମଲାରୁ ଦୋଷମୁକ୍ତ କରିଛନ୍ତି। ଜଣଙ୍କ ୭ ବର୍ଷ ଜେଲ୍ଦଣ୍ଡକୁ ମଧ୍ୟ କୋର୍ଟ କାଏମ୍ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୦୨ ମସିହାରେ ଗୁଜରାଟ୍ର ଆନନ୍ଦ ଜିଲ୍ଲାରେ ଏକ ସାମ୍ପ୍ରଦାୟିକ ହିଂସାକାଣ୍ଡ ସମୟରେ ୨୩ ଜଣଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା। ଏହି ମାମଲାରେ ଏକ ସ୍ୱତନ୍ତ୍ର ଟ୍ରାଏଲ କୋର୍ଟ ୨୦୧୨ ମସିହାରେ ୨୩ ଜଣ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅନ୍ୟ ୫ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ୍ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ଜଷ୍ଟିସ କ୍ୟୁରେସିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଗତ ମାସ ଶେଷ କରିଥିଲେ ସୁଦ୍ଧା ଅଭିଯୁକ୍ତ ୨୩ ଜଣଙ୍କ ଆବେଦନକ୍ରମେ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଅନ୍ୟପକ୍ଷରେ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏସ୍୍ଆଇଟି କିଛି ଅଭିଯୁକ୍ତଙ୍କ ଦୋଷମୁକ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲା। ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏସ୍୍ଆଇଟି କଠୋର ଦଣ୍ଡାଦେଶ ଦାବି କରିଥିଲେ । ସମ୍ପୃକ୍ତ ମାମଲାରେ ସମୁଦାୟ ୪୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଟ୍ରାଏଲ କୋର୍ଟ ୨୩ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଗୋଧ୍ରାରେ ୫୮ ଜଣ କରସେବକଙ୍କୁ ହତ୍ୟା କରାଯିବାର ଠିକ୍ ଦୁଇ ଦିନ ପରେ ଉଡ଼ିରେ ୨୩ ଜଣଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା।
୪ ଦୋଷମୁକ୍ତ, ୧୪ ଜଣଙ୍କ ଆଜୀବନ ଜେଲ୍ଦଣ୍ଡ କାଏମ
୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ହାଇକୋର୍ଟ ରାୟ
/sambad/media/post_attachments/wp-content/uploads/2018/05/download-34.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)