ନୂଆଦିଲ୍ଲୀ : ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନ୍ ଚିଟ୍କୁ ବିରୋଧ କରି ଆବେଦନକାରୀ ଜାକିଆ ଜାଫ୍ରିଙ୍କ ଦ୍ବାରା ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ଜୁଲାଇରେ ହେବ। ସୁପ୍ରିମକୋର୍ଟରେ ବିଚାରପତି ଏ ଏମ୍ ଖାନ୍ୱିଲକରଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି ଆସନ୍ତା ଜୁଲାଇରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି। ଦଙ୍ଗା ସମୟରେ ଅହମ୍ମଦାବାଦ୍ର ଗୁଲ୍ବର୍ଗ ସୋସାଇଟିରେ ହତ୍ୟାର ଶିକାର ହୋଇଥିବା ୬୮ ଜଣଙ୍କ ମଧ୍ୟରେ ଜାକିଆ ଜାଫ୍ରିଙ୍କ ସ୍ବାମୀ ତଥା ପୂର୍ବତନ ସାଂସଦ ଏହସାନ୍ ଜାଫ୍ରି ଥିଲେ। ତେବେ ଏହି ମାମଲାର ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍ଆଇଟି ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ମାମଲାରେ କ୍ଲିନ୍ଚିଟ୍ ଦେବାପରେ ଏହସାନ୍ ଜାଫ୍ରିଙ୍କ ପତ୍ନୀ ଜାକିଆ ଏନେଇ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଗୁଜରାଟ ହାଇକୋର୍ଟ ଜାକିଆ ଜାଫ୍ରିଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରିଦେବାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
୨୦୦୨ ଗୁଜରାଟ ଦଙ୍ଗା:ମୋଦୀଙ୍କ କ୍ଲିନ୍ ଚିଟ୍କୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ
ଜୁଲାଇରେ ଶୁଣାଣି
/sambad/media/post_attachments/wp-content/uploads/2019/02/supreme-court-7591.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)