୨୦୦୬ ମାଲେଗାଓଁ ବିସ୍ଫୋରଣ ମାମଲା

୪ ଅଭିଯୁକ୍ତଙ୍କୁ ଜାମିନ ମିଳିଲା

ମୁମ୍ବାଇ: ୨୦୦୬ ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି ବମ୍ବେ ହାଇକୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ଜାମିନ ମଂଜୁର କରିଛନ୍ତି। ଅଭିଯୁକ୍ତ ଧାନ ସିଂହ, ଲୋକେଶ ଶର୍ମା, ମନୋହର ନରୱାରିଆ ଏବଂ ରାଜେନ୍ଦ୍ର ଚୌଧୁରୀଙ୍କୁ ଆଜି ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ଆଇ ଏ ମହାନ୍ତି ଏବଂ ଏ ଏମ୍‌ ବଦର ଜାମିନ ମଂଜୁର କରିଛନ୍ତି। ଉପରୋକ୍ତ ୪ ଅଭିଯୁକ୍ତ ୨୦୧୩ ମସିହାରୁ ଗିରଫ ହୋଇ ଜେଲ୍‌ରେ ଥିଲେ। ଉଲ୍ଲେଖଯୋଗ୍ୟ ୨୦୦୬, ସେପ୍ଟେମ୍ବର ୮ ତାରିଖରେ ନାସିକ୍‌ ନିକଟସ୍ଥ ମାଲେଗାଓଁର ହମିଦିଆ ମସଜିଦ୍‌ ନିକଟସ୍ଥ ଏକ ସମାଧିସ୍ଥଳ ବାହା‌ରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିଯୋଗୁଁ ୩୭ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ। ପ୍ରଥମେ ଏହି ମାମଲାର ତଦନ୍ତ କରିଥିଲେ ମହାରାଷ୍ଟ୍ର ଏଟିଏସ୍‌। ପରେ ଏହି ମାମଲା ସିବିଆ‌ଇକୁ ହସ୍ତାନ୍ତର କରାଯାଇଥିଲା। ମାମଲାରେ ଜାମିନ୍‌ ପାଇଁ ୪ ଜଣ ଅଭିଯୁକ୍ତ ୨୦୧୬ରୁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିବା‌ ବେଳେ ଆଜି ସେମାନଙ୍କ ଜାମିନ ମଂଜୁର ହୋଇଛି।

ସମ୍ବନ୍ଧିତ ଖବର