ପୂର୍ବ ଡିଆଇଜି ସମେତ ୫ ଦୋଷୀ ସାବ୍ୟସ୍ତ

୨୦୦୬ ଜମ୍ମୁ-କଶ୍ମୀର ସେକ୍ସ ସ୍କାଣ୍ଡାଲ

ଶ୍ରୀନଗର: ୨୦୦୬ ମସିହାର ବହୁଚର୍ଚ୍ଚିତ ଜମ୍ମୁ କଶ୍ମୀର ସେକ୍ସ ସ୍କାଣ୍ଡାଲ୍‌ ମାମଲାରେ ଆଜି ସିବିଆଇ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ଡିଆଇଜି ଏବଂ ଡିଏସ୍‌ପିଙ୍କ ସମେତ ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି ଏବଂ ଦୁଇ ଜଣଙ୍କୁ ଉକ୍ତ ମାମଲାରୁ ଦୋଷମୁକ୍ତ କରିଛନ୍ତି। ବିଏସଏଫ୍‌ ଡେପୁଟି ଇନ୍ସପେକ୍ଟର ଜେନେରାଲ କେଏସ ପାଢ଼ୀ, ପୂର୍ବତନ ଡେପୁଟି ପୁଲିସ ସୁପରିଟେଣ୍ଡେଣ୍ଟ୍‌ ମହମ୍ମଦ ଅସରଫ ମିର୍‌ ଏବଂ ୩ ଜଣ ସ୍ଥାନୀୟ ବ୍ୟକ୍ତି ସବିର ଅହମଦ ଲେଓ୍ଵ, ସବିର ଅହମଦ ଲାଙ୍ଘୁ ଏବଂ ମୌସଦ ଅହମଦ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବାବେଳେ ମେହରୁଦ୍ଦିନ ମଲିକ୍‌ ଏବଂ ଅନିଲ ସେଠି ଉକ୍ତ ମାମଲାରୁ ଦୋଷମୁକ୍ତ ହୋଇଛନ୍ତି। ୨୦୦୬ ମସିହାର ଏହି ସେକ୍ସ ସ୍କାଣ୍ଡାଲ୍‌ରେ ଅଶ୍ଳିଳ ସିଡି ପୁଲିସକୁ ହସ୍ତାନ୍ତର ହୋଇଥିଲା ଯେଉଁଥିରେ ଜଣେ ୧୫ ବର୍ଷୀୟା ନାବାଳିକା ଭିଡିଓ ଥିଲା। ତେବେ ରାଜ୍ୟର ଅନେକ ଭିଭିଆଇପି ଏହି ର‍୍ୟାକେଟ୍‌ରେ ସଂପୃକ୍ତ ଥିଲେ। ପୁଲିସ ଏହି ମାମଲାରେ ୨ ଜଣ ଝିଅ ଏବଂ ମୁଖ୍ୟ ଅଭିଯୁକ୍ତ ସବିନାକୁ ପଚରାଉଚୁରା କରିବାପରେ ସେମାନେ ସମୁଦାୟ ୫୬ ଜଣଙ୍କ ନାମ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର