୨୦୦୮ ଆସାମ ସିରିଜ୍‌ ବୋମା ବିସ୍ଫୋରଣ ମାମଲା : ଏନ୍‌ଡିଏଫ୍‌ବି ମୁଖ୍ୟଙ୍କ ସମେତ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୨୦୦୮ ଆସାମ ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ଆଜି ଏନ୍‌ଡିଏଫ୍‌ବି (ନ୍ୟାସନନାଲ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ‌ବୋଡ଼ୋଲାଣ୍ଡ୍‌) ମୁଖ୍ୟ ରଂଜନ ଡାଏମରିଙ୍କ ସମେତ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ୨ ଦିନ ପୂ‌ର୍ବେ ଏନ୍‌ଡିଏଫ୍‌ବି ମୁଖ୍ୟଙ୍କ ସ‌ମେତ ୧୪ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ ୨୦୦୮ ଅକ୍ଟୋବର ୩୦ ତାରିଖରେ ଆସାମ୍‌ର ୪ଟି ଜିଲ୍ଲାରେ ୧୧ଟି ସିରିଜ୍‌ ବୋମା ବିସ୍ଫୋରଣ ହୋଇ ୮୭ ଜଣଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ସିବିଆଇ ମାମଲାର ତଦନ୍ତଭାର ହାତକୁ ‌ନେଇଥିଲା। ମାମଲାରେ ମୁଖ୍ୟ ଅଭିଯୁକ୍ତ ଡାଏମରି ବାଂଲାଦେଶରୁ ଗିରଫ ହୋଇଥିଲେ ଏବଂ ୨୦୧୦ରେ ଭାରତକୁ ତାଙ୍କୁ ଭାରତ ହସ୍ତାନ୍ତର କରାଯାଇଥିଲା। ୨୦୧୩ରେ ସେ ଜାମିନରେ ମୁକୁଳିଥିଲେ ଏବଂ ଏବେ ସେ ସରକାର ସହ ଶାନ୍ତି କଥାବାର୍ତ୍ତାରେ ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର