୨୦୦୮ ବାଙ୍ଗାଲୁରୁ ସିରିଜ ବୋମା ବିସ୍ଫୋରଣ ମାମଲା, ଜଣେ ଅଭିଯୁକ୍ତ କେରଳରୁ ଗିରଫ

ବାଙ୍ଗାଲୁରୁ : ୨୦୦୮ରେ ହୋଇଥିବା ବାଙ୍ଗାଲୁରୁ ସିରିଜ ବୋମା ବିସ୍ଫୋରଣ ମାମଲାରେ ବାଙ୍ଗୁଲୁୁରୁ ସିଟି ପୁଲିସ ଜଣେ ଅଭିଯୁକ୍ତକୁ ଗତ କାଲି ରାତିରେ ଗିରଫ କରିଛି । ସୋଏବ ନାମକ କେରଳର ଏହି ବ୍ୟକ୍ତି ୨୦୦୮ ପରଠାରୁ ଫେରାର ଥିଲା । ବାଙ୍ଗାଲୁର ସିଟି ପୁଲିସର ଆଣ୍ଟି-ଟେରରିଷ୍ଟ ସ୍କ୍ଵାର୍ଡର ଦୁଇ ଜଣ ଅଫିସର କେରଳରୁ ସୋଏବକୁ ଗିରଫ କରିଥିଲେ ।

ବାଙ୍ଗାଲୁରୁର ଯୁଗ୍ମ ପୁଲିସ କମିଶନର ସଂଦୀପ ପାଟିଲ କହିଛନ୍ତି ଯେ ସୋଏବ ୨୦୦୮ରେ ହୋଇଥିବା ବୋମା ବିସ୍ଫୋରଣ ପରଠାରୁ ଫେରାର ଥିଲା । ତା ବିରୁଦ୍ଧରେ ରେଡ କର୍ଣ୍ଣର ନୋଟିସ ମଧ୍ୟ ଲଗାଯାଇଥିଲା । କିଛିଦିନ ତଳେ କେରଳ ପୁଲିସ ତାକୁ ଅଟକ ରଖି ପଚରାଉଚୁରା କରିବା ପରେ ତାହାର ପରିଚୟ ଜଣାପଡ଼ିଥିଲା । କେରଳ ପୁଲିସଠାରୁ ଖବର ପାଇଁ ବାଙ୍ଗାଲୁରୁ ଏଟିଏସର ଏକ ସ୍ୱତନ୍ତ୍ର ଟିମ କେରଳ ଯାଇ ତାକୁ ବାଙ୍ଗାଲୋର ଆଣିଛନ୍ତି । ତେବେ ଏ ସମ୍ପର୍କରେ ଅଧିକ କିଛି କହିବାକୁ ସେ ମନା କରିଦେଇଛନ୍ତି ।

୨୦୦୮, ଜୁଲାଇ ୨୫ରେ ବାଙ୍ଗାଲାରୁ ସହରରେ ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି ନିହତ ହେବା ସହ ୮ ଜଣ ଆହତ ହୋଇଥିଲେ । ଆତଙ୍କବାଦୀମାନେ ସହରର ୯ଟି ସ୍ଥାନରେ ବୋମା ଖଞ୍ଜି ବିସ୍ଫୋରଣ କରିଥିଲେ ।

ସମ୍ବନ୍ଧିତ ଖବର