୨୦୦୮ ଜୟପୁର ସିରିଜ୍‌ ବୋମା ବି‌ସ୍ଫୋରଣ ମାମଲା, ୪ ‌ଦୋଷୀସାବ୍ୟସ୍ତ

ଜୟପୁର : ୨୦୦୮ ଜୟପୁର ସିରିଜ୍‌ ‌ବୋମା ବିସ୍ଫୋରଣ ମାମଲାରେ ୪ ଜଣ ‌ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏକ ସ୍ବତନ୍ତ୍ର କୋର୍ଟ ଉକ୍ତ ମାମଲାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା‌ବେଳେ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟଙ୍କ ଦ୍ବାରା ଦୋଷୀସାବ୍ୟସ୍ତ ହୋଇଥିବା ୪ ଜଣ ହେଉଛନ୍ତି ମହମ୍ମଦ ସୈଫ୍‌, ମହମ୍ମଦ ସରୱର ଆଜ୍‌ମୀ, ମହମ୍ମଦ ସଲମାନ୍‌ ଏବଂ ସୈଫୁର ରେହମାନ୍‌। କୋର୍ଟ ଉକ୍ତ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଶାହବାଜ୍‌ ହୁସେନ୍‌ଙ୍କୁ ଦୋଷମୁକ୍ତ କରିଛନ୍ତି। ଶାହବାଜ୍‌ଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନଥିବାରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ଆସନ୍ତାକାଲି ସମସ୍ତ ୪ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା ହେବ।

ଉଲ୍ଲେଖଯୋଗ୍ୟ ୨୦୦୮ ମେ’ ୧୩ରେ ହୋଇଥିବା ଜୟପୁର ସିରିଜ୍‌ ବୋମା ବିସ୍ଫୋରଣରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୮୫ ଜଣ ଆହତ ହୋଇଥିଲେ। ୯ଟି ସିରିଜ୍‌ ବୋମା ବିସ୍ଫୋରଣ ସହରକୁ ଦୋହଲାଇ ଦେଇଥିଲା। ଜୟପୁର ପୁଲିସ ଉକ୍ତ ଅପରାଧ ମାମଲାରେ ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ୨୦୦୮ ଡିସେମ୍ବରରେ ଏହି ମାମଲାରେ ବିଚାର ଆରମ୍ଭ ହୋଇଥିଲା। ତେବେ ଘଟଣା ଘଟିବାର ଦୀର୍ଘ ୯ ବର୍ଷ ପରେ କୋର୍ଟ ୪ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର