ଛାଡ଼ପତ୍ର ବିନା ଦ୍ୱିତୀୟ ମହିଳାଙ୍କ ସହ ଶରୀରିକ ସଂପର୍କ ରଖି ବାପା ହେବା ପରେ ପଦରୁ ବହିଷ୍କାର ହେଲେ ଆଇପିଏସ୍‌ ଅଫିସର

ଜୟପୁର : ରାଜସ୍ଥାନର ଆଇପିଏସ୍‌ ଅଫିସର ପଙ୍କଜ ଚୌଧୁରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ବହିଷ୍କାର କରିଥିବା ଜଣାପଡ଼ିଛି । ନିୟମ ଉଲ୍ଲଂଘନ କରିବା ସହ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିବାରୁ ପଙ୍କଜ ଚୌଧୁରୀଙ୍କୁ ବହିଷ୍କାର କରାଯାଇଛି । ଆଇପିଏସ୍‌ ଅଫିସର ପଙ୍କଜ ଚୌଧୁରୀ ପ୍ରଥମ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ମହିଳାଙ୍କ ସହ ରହିବା ପରେ ତାଙ୍କ ପିଲାର ବାପା ହୋଇଥିଲେ । ପଙ୍କଜଙ୍କ ଦ୍ୱିତୀୟ ପତ୍ନୀ ବୋଲି କହୁଥିବା ମୁକୁଲ ଚୌଧୁରୀ ରାଜ୍ୟ ମହିଳା ଆୟୋଗରେ ପଙ୍କଜଙ୍କ ବିରୋଧରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଏହି ଖବରଟି ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଭଳି କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ବୁନ୍ଦିରେ ପୁଲିସ ଅଧ୍ୟୀକ୍ଷକ ଥିବା ସମୟରେ ସେ ନିୟମର ଉଲ୍ଲଂଘନ କରିଥିଲେ ।

ମନ୍ତ୍ରାଳୟ ଅନୁଯାୟୀ, ପଙ୍କଜ ଆଇଏଏସ୍‌ ନିୟମ ୧୯୬୮ର ନିୟମ ୩(୧)ର ଉଲ୍ଲଂଘନ କରିଥିଲେ । ଡିସେମ୍ବର ୪, ୨୦୦୫ ମସିହାରେ ପଙ୍କଜ ପ୍ରଥମ ବିବାହ କରିଥିଲେ । କିନ୍ତ ପରେ ଆଇନ୍‌ ଅନୁଯାୟୀ ଛାଡ଼ପତ୍ର ନ ନେଇ ମୁକୁଲଙ୍କ ସହ ରହିବାକୁ ଲାଗିଥିଲେ । ତାଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ତାଙ୍କ ପିଲାର ବାପା ହୋଇଥିଲେ । ମେ ୧୪, ୨୦୧୧ରେ ମୁକୁଲ ଏବଂ ପଙ୍କଜ ତାଙ୍କ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ ପରେ ସେ ମୁକୁଲଙ୍କ ପିଲାକୁ ଆପଣେଇବା ପାଇଁ ମନା କରି ଦେଇଥିଲେ । ଯାହା ପାଇଁ ମୁକୁଲ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିବା ପାଇଁ ବାଧ୍ୟ ହୋଇଥିଲେ ।

Times Now

ଅନ୍ୟ ପକ୍ଷରେ, ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ମିଛ ବୋଲି କହିଛନ୍ତି ଆଇପିଏସ୍‌ ଅଫିସର ପଙ୍କଜ । ମୁଁ ଦ୍ୱିତୀୟ ବିବାହ କରି ନାହିଁ।  ପ୍ରଥମ ବିବାହର ମାମଲା ଆଲ୍ହାବାଦ୍‌ କୋର୍ଟରେ ଚାଲୁଥିବା ନେଇ ସଫେଇ ଦେଇଛନ୍ତି ପଙ୍କଜ ।

ସମ୍ବନ୍ଧିତ ଖବର