କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲର ଏକ ଲିଗ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୦୧ ରନର ଲକ୍ଷ୍ୟ ରଖିଛି କୋଲକାତା ନାଇଟରାଇଡର୍ସ ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଆରମ୍ଭରୁ କ୍ବିଣ୍ଟନ ଡିକକ୍ ଓ ସୁନୀଲ ନାରାୟଣଙ୍କ ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ପ୍ରଥମେ ଅଜିଙ୍କ୍ୟ ରାହାଣେ ଓ ଅଙ୍କକ୍ରିସ ରଘୁବଂଶୀଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ରାହାଣେ ଆଉଟ ହେବା ପରେ ରଘୁବଂଶୀ ଓ ଭେଙ୍କଟେସ୍ ଆୟରଙ୍କ ମଧ୍ୟରେ ଆଉ ଏକ ବଡ଼ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ରାହାଣେ ୩୮ ରନ କରିଥିବାବେଳେ ରଘୁବଂଶୀ ୫୦ ରନ କରିଥିଲେ । ତେବେ ଭେଙ୍କଟେଶ ବିସ୍ଫୋରକ ଇନିଂସ ଖେଳି ମାତ୍ର ୨୯ ରନରେ ୬୦ ରନ କରିଥିଲେ । ରିଙ୍କୁ ସିଂ ୩୨ ରନ କରିଥିଲେ । କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୨୦୦ ରନ କରିଥିଲେ ।
ହାଇଦ୍ରାବାଦ ପକ୍ଷରୁ ମହମ୍ମଦ ସମି, ପ୍ୟାଟ୍ କମିନ୍ସ, ଜିସାନ ଅନସାରି, କାମିଣ୍ଡୁ ମେଣ୍ଡିସ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/03/ur4eDPFKW906VTxRAWuQ.jpg)