୨୦୧୧ କନ୍ଧମାଳ ମାଓବାଦୀ ଆକ୍ରମଣ ଘଟଣା : ୩ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍ ମିଳିଲା

ନୂଆଦିଲ୍ଲୀ : ୨୦୧୧ ମସିହା କନ୍ଧମାଳ ମାଓବାଦୀ ଆକ୍ରମଣ ଘଟଣାରେ ଆଜୀବନ କାରାଦଣ୍ଡ ପାଇଥିବା ୩ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍‌ ମିଳିଛି। ସେମ‌ାନେ ହେଲେ, ରାଧିକା ମଲ୍ଲିକ, ସେବାଷ୍ଟିନ୍ ମଲ୍ଲିକ ଓ ତିରୁପତି ମଲ୍ଲିକ। ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କିଷନ କୌଲ୍‌ଙ୍କ ନେତୃତ୍ବରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ସେମାନଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ୩ ଅଭିଯୁକ୍ତ ୯ ବର୍ଷରୁ ଉର୍ଦ୍ଧ୍ବ ସମୟ ଜେଲ୍‌ରେ ରହିସାରିଲେଣି। ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ ଅନୁପ୍ରଦା ସିଂହ ଦର୍ଶାଇଥିଲେ ଯେ, ୫ ବର୍ଷରୁ ଧରି ସେମାନଙ୍କ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି। ଏହାପରେ ଖଣ୍ଡପୀଠ ତିନି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୫ ମସିହା ଜାନୁଆରି ୩୧ ତାରିଖରେ ଫୁଲବାଣୀ ଜିଲ୍ଲା କୋର୍ଟ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.