ନିର୍ଭୟା ମାମଲା: ୪ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ୩ ଜଣ ତିହାର ଜେଲ ନୋଟିସ୍‌ର ଏଭଳି ଉତ୍ତର ଦେଲେ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ତିନିଜଣ ଫାଶୀ ଦଣ୍ଡରୁ ବଞ୍ଚିବା ପାଇଁ କୌଣସି ବି ସୁଯୋଗକୁ ହାତ ଛଡା କରିବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ପରେ ତିହାର ଜେଲର ଅଧିକାରୀ ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ନୋଟିସ୍‌ ଜାରି କରି ତାହାର ଜବାବ ଦେବାକୁ କହିଥିଲେ। ଏହି ନୋଟିସ୍‌ର ଜବାବରେ ୪ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ ଦୋଷୀ ନିଜ ନିଜର ମତ ରଖିଛନ୍ତି।

ତିନିଜଣ ଦୋଷୀଙ୍କ କହିବାନୁସାରେ, ସେମାନଙ୍କ ପାଖରେ ଏବେ ବି ସମ୍ବିଧାନ ଆଧାରରେ ଦିଆଯାଇଥିବା ଆଇନର ବାଟ ରହିଛି। ଏମିତିରେ ସେମାନେ ସେହି ଆଇନକୁ ଆପଣାଇବାକୁ ଚାହାନ୍ତି। ୨୦୧୨ର ନିର୍ଭୟ ମାମଲାରେ ସମ୍ପୃକ୍ତ ଥିବା ଦୋଷୀ ଏଯାବତ ରାଷ୍ଟ୍ରପତିଙ୍କ ପାଖରେ ନିଜର ରାଜକ୍ଷମା  ଆବେଦନ କରି ନାହାନ୍ତି। ଖୁବଶୀଘ୍ର ସେମାନେ ରାଜକ୍ଷମା  ଆବେଦନ ଅଥବା କ୍ୟୁରେଟିଭ ଆବେଦନ କରିବାର ପାଇଁ ବିଚାର କରୁଛନ୍ତି। ଏମିତିରେ ରାଜକ୍ଷମା  ଆବେଦନ କରିବା ପାଇଁ ଦିଆଯାଇଥିବା ୭ ଦିନର ଅବଧି ବୁଧବାର ଡିସେମ୍ବର ୨୫ ତାରିଖରେ ପୂରା ହେବାକୁ ଯାଉଛି।

Hindustan

ଉଲ୍ଲେଖଯୋଗ୍ୟ କି, ତିହାର ଜେଲ ପ୍ରଶାସନ ଡିସେମ୍ବର ୧୮ରେ ନିର୍ଭୟା ଦୋଷୀ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ନୋଟିସ୍‌ କରିଥିଲେ। ଏଥିରେ କୁହାଯାଇଥିଲା କି ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ରାଷ୍ଟ୍ରପତିଙ୍କୁ  ରାଜକ୍ଷମା  ଆବେଦନ କରି ପାରିବେ। ଏହି କ୍ରମରେ ଡିସେମ୍ବର ୨୫ ତାରିଖକୁ କ୍ଷମା ପ୍ରାର୍ଥନା ଆବେଦନା ଅବଧି  ପୂରା ହେବାକୁ ଯାଉଛି। କିନ୍ତୁ ଏଯାବତ କୌଣସି ଦୋଷୀଙ୍କ  ପକ୍ଷରୁ ରାଜକ୍ଷମା ଆବେଦନ କରାଯାଇ ନାହିଁ।

ସମ୍ବନ୍ଧିତ ଖବର