୨୦୧୩ ମୁଜାଫରନଗର ଦଙ୍ଗା ମାମଲା: ୫ ଜଣ ଦୋଷମୁକ୍ତ

ମୁଜାଫରନଗର : ୨୦୧୩ ମୁଜାଫରନଗର ଦଙ୍ଗା ମାମଲାରେ ୫ ଜଣ ଦୋଷମୁକ୍ତ ହୋଇଛନ୍ତି। ଅତିରିକ୍ତ ଜିଲ୍ଲା ବିଚାରପତି ବାବୁ ରାମ ଉକ୍ତ ଦଙ୍ଗା ମାମଲାରେ ୫ ଜଣ ଅଭିଯୁକ୍ତ ବିନୋଦ, ନରେଶ, ଆଶିଷ, ସୁନ୍ଦର ଏବଂ ସତ୍ୟେନ୍ଦ୍ରଙ୍କୁ ଦୋଷମୁକ୍ତ କରିଛନ୍ତି। ଫୁଗନା ଥାନା ଅଧୀନସ୍ଥ ବାହାଡ଼ି ଗ୍ରାମରେ ଦଙ୍ଗା ପୀଡ଼ିତ ନାନୁଙ୍କ ଦ୍ବାରା ଉପରୋକ୍ତ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ। ଉପରୋକ୍ତ ୫ ଅଭିଯୁକ୍ତ ନଭେମ୍ବର ୮, ୨୦୧୩‌ରେ ନାନୁଙ୍କ ଘରକୁ ବଳପୂର୍ବକ ପ୍ରବେଶ କରି ତାଙ୍କ ଘରୁ ଟଙ୍କା ଏବଂ ଦାମୀ ଜିନିଷ ଲୁଟିନେବାପରେ ଘରେ ନିଆଁ ଲଗାଇ ଦେଇଥିଲେ ବୋଲି ନାନୁ ଅଭିଯୋଗ କରିଛନ୍ତି। ଉତ୍ତରପ୍ରଦେଶ ପୁଲିସ ଏସ୍‌ଆଇଟି ଦ୍ବାରା ଏହି ମାମଲାର ତଦନ୍ତ ଚାଲିଛି। ୨୦୧୪, ଜୁନ୍‌ ୬ ତାରିଖରେ ଉପରୋକ୍ତ ୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ହୋଇଥିଲା। କିନ୍ତୁ ପ୍ରମାଣ ଅଭାବରୁ କୋର୍ଟ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୩ ମୁଜାଫରନଗର ଦଙ୍ଗା ମାମଲାରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୪୦ ହଜାର ଲୋକ ବାସଶୂନ୍ୟ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର