ତେଲେଙ୍ଗାନା ଏନକାଉଣ୍ଟର କରିଥିବା ପୁଲିସକର୍ମୀଙ୍କ ବିରୋଧରେ ଏତଲା ରୁଜୁ ଓ ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୁଇ ଓକିଲ

ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। କେତେକ ଏହାକୁ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଶନିବାର ଏହି ଏନକାଉଣ୍ଟରେ ସାମିଲ ଥିବା ପୁଲିସକର୍ମୀଙ୍କ ବିରୋଧରେ ଏତଲା ରୁଜୁ ଓ ତଦନ୍ତ ଦାବି କରି ଦୁଇ ଜଣ ଓକିଲ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହି ଘଟଣାର  ତଦନ୍ତ କରାଯିବା ସହ ଏନକାଉଣ୍ଟର କରିଥିବା ପୁଲିସକର୍ମୀଙ୍କ ବିରୋଧରେ ଏତଲା ରୁଜୁ କରାଯାଉ ବୋଲି ଆବେଦନ କରିଛନ୍ତି ଓକିଲ ଜିଏସ୍ ମଣି ଓ ପ୍ରଦୀପ କୁମାର ଯାଦବ। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ୨୦୧୪ ଗାଇଡଲାଇନକୁ ପାଳନ କରାଯାଇ ନଥିବା ଅଭିଯୋଗ କରି ଦୁହେଁ ଏଭଳି ଆବେଦନ କରିଛନ୍ତି।

Image result for encounter
Lokmat.com

ସୂଚନା ମୁତାବକ, ହାଇଦ୍ରାବାଦର ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ଅଭିଯୁକ୍ତଙ୍କୁ ନେଇ ପୁଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରୁ ସେମାନେ ଫେରାର ହେବା ପାଇଁ ଉଦ୍ୟମ କରିଥିଲେ। ଏହା ସହ ଅଭିଯୁକ୍ତମାନେ ପୁଲିସର ବନ୍ଧୁକ ଛଡ଼ାଇ ତାଙ୍କୁ ଆକ୍ରମଣ କରିବା ସହ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଯାହା ଫଳରେ ପୁଲିସ ଆତ୍ମରକ୍ଷା ପାଇଁ ପ୍ରତିଆକ୍ରମଣ କରିଥିଲା, ଯେଉଁଥିରେ ୪ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର