ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନକୁ ଉଲ୍ଲେଖନୀୟ ଯୋଗଦାନ ପାଇଁ ୩ ଜଣ ଆମେରିକୀୟ ବୈଜ୍ଞାନିକଙ୍କୁ ୨୦୧୭ ଲାଗି ନୋବେଲ ପୁରସ୍କାର ମିଳିବ ବୋଲି ମଙ୍ଗଳବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ବିଶ୍ୱର ଏହି ଶୀର୍ଷ ପୁରସ୍ୱାର ଲାଗି ମକୋନୀତ ହେବାକୁ ଥିବା ତିନିଜଣ ପଦାର୍ଥ ବୈଜ୍ଞାନୀଙ୍କ ନାମ ହେଉଛି ରେନର େଓ୍ଵଇସ, ବ୍ୟାରି ସି ବାରିସ୍‌ ଓ କିପ୍‌ ଏସ୍‌ ଥର୍ନ। ଏହି ତିନି ବୈଜ୍ଞାନିକ ମାଧ୍ୟାକର୍ଷଣ ତରଙ୍ଗ ସଂପର୍କରେ ନୂତନ ତଥ୍ୟ ଆବିଷ୍କାର କରି ଏହି ପୁରସ୍କାରର ହକଦାର ହୋଇଛନ୍ତି।

Advertisment

ରୟାଲ ସ୍ୱିଡିଶ୍‌ ରୟାଲ୍‌ ଏକାଡେମି ଅଫ୍‌ ସାଇନ୍ସ ପକ୍ଷରୁ କୁହାଯାଇଛି, ବିଜେତାଙ୍କୁ ୯ମିଲିୟନ ସ୍ୱିଡିଶ୍‌ କ୍ରାଉନ୍‌ ପ୍ରଦାନ କରାଯିବ।