ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଆଜି କହିଛନ୍ତି, ସବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ସଂକ୍ରାନ୍ତ ୨୦୧୮ ମସିହାର ରାୟ ଚୂଡ଼ାନ୍ତ ନୂହେଁ। ଏହି ମାମଲା ଏବେ ବୃହତ୍ ଖଣ୍ଡପୀଠକୁ ପଠାଯାଇ ଥିବାରୁ ୨୦୧୮ ମସିହାର ରାୟକୁ ଚୂଡ଼ାନ୍ତ କୁହାଯାଇ ପାରିବନାହିଁ । ଜଣେ ମହିଳା ଭକ୍ତଙ୍କ ପାଇଁ କୋର୍ଟରେ ମାମଲା ଲଢ଼ୁଥିବା ଜଣେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ଆଜି ସୁପ୍ରିମକୋର୍ଟରେ କହିଥିଲେ ଯେ ତାଙ୍କ ମହକିଲ ବିନ୍ଦୁ ଆମ୍ମିନୀ ସବରିମାଳା ମନ୍ଦିର ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏହା ୨୦୧୮ ରାୟର ଉଲ୍ଳଂଘନ କରିଛି। ତେବେ ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଥିଲେ, ସବରିମାଳାକୁ ମହିଳା ପ୍ରବେଶ ସଂକ୍ରାନ୍ତ ୨୦୧୮ ମସିହାର ସୁପ୍ରିମକୋର୍ଟଙ୍କ ରାୟ ଚୂଡ଼ାନ୍ତ ନୁହେଁ। ମାମଲାରେ ବୃହତ୍ ଖଣ୍ଡପୀଠ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଗତ ନଭେମ୍ବର ୧୪ରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ୨୦୧୮ ମସିହାର ଐତିହାସିକ ରାୟକୁ ୭ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ ୨୦୧୮ ସେପ୍ଟେମ୍ବରରେ ପୂର୍ବତନ ପ୍ରଧାନ ବିଚପାରତି ଦୀପକ ମିଶ୍ର ସବରିମାଳା ମାମଲାରେ ରାୟ ଶୁଣାଇ ସବୁ ବୟସର ମହିଳାଙ୍କୁ ସବରିମାଳା ମନ୍ଦିରକୁ ପ୍ରବେଶ ଅନୁମତି ଦେଇଥିଲେ।
ସବରିମାଳା ରାୟ ଚୂଡ଼ାନ୍ତ ନୁହେଁ: ପ୍ରଧାନ ବିଚାରପତି ଏସ୍ ଏ ବୋବଡେ
/sambad/media/post_attachments/wp-content/uploads/2019/11/sabarimala1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)