ନୂଆଦିଲ୍ଲୀ: ସାବରିମାଲାସ୍ଥିତ ପ୍ରଭୁ ଆୟପ୍ପାଙ୍କ ମନ୍ଦିରରେ ପ୍ରତିବାଦ ଚାଲିଥିବା ବେଳେ ଗୁରୁବାର ଦିନ ଭାରତର ପ୍ରଧାନ ବିଚାରପତି କହିଛନ୍ତି ଯେ କେରଳର ଏହି ମନ୍ଦିର ମଧ୍ୟକୁ ସବୁ ବୟସବର୍ଗର ମହିଳାଙ୍କୁ ପ୍ରବେଶାନୁମତିକୁ ଅନୁମତି ଦେଉଥିବା ଗତବର୍ଷର ରାୟ ଚୂଡ଼ାନ୍ତ ନୁହେଁ। ଏହି ମର୍ମରେ କୋର୍ଟ ସାମାଜିକକର୍ମୀ ବିନ୍ଦୁ ଅମ୍ମିନି ଦାଏର୍ କରିଥିବା ପିଟିସନ୍ର ଆସନ୍ତା ସପ୍ତାହରେ ଶୁଣାଣି କରିବେ।
ସାମାଜିକ କର୍ମୀ ତୃପ୍ତି ଦେଶାଇଙ୍କ ସହ କତ ମାସରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବିନ୍ଦୁ ଅମ୍ମିନି ଦାଏର କରିଥିବା ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମ୍ କୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି।
Image Source: The Economics Timesଭାରତର ପ୍ରଧାନ ବିଚାରପତି ବୋବଡ଼େ କହିଲେ: ଏବେ ବୃହତ୍ତର ଖଣ୍ଡପୀଠ ହୋଇଛି। ଏହି ମାମଲାରେ ୨୦୧୮ ସେପ୍ଟେମ୍ବରର ରାୟ ଚୂଡ଼ାନ୍ତ ନୁହେଁ।
ସାବରିମାଲା ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ପୁଲିସ କମିସନରଙ୍କ ଅଫିସ ବାହାରେ ବିନ୍ଦୁ ଅମ୍ମିନିଙ୍କ ଉପରେ ଆକ୍ରମଣ ହୋଇଥିବା କଥା ଦର୍ଶାଇ ବରିଷ୍ଠ ଆଡ୍ଭୋକେଟ୍ ଇନ୍ଦିରା ଜୟସିଂହ ପ୍ରଧାନ ବିଚାରପତିଙ୍କୁ ପିଟିସନ୍ ଦେଇଥିଲେ।
ଜୟସିଂହ କହିଛନ୍ତି: ଠିକ୍ ପୁଲିସ କମିସନର୍ଙ୍କ ଅଫିସ ବାହାରେ ବିନ୍ଦୁଙ୍କୁ କେତେକ ରାସାୟନିକ ପଦାର୍ଥ ଦ୍ୱାରା ଆକ୍ରମଣ ହୋଇଛି। ସବୁବର୍ଗର ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦିଷ୍ଟ ଭାବେ ଅନୁମତି ଦେଇଥିଲେ ବି କେରଳ ରାଜ୍ୟ କର୍ତ୍ତୃପକ୍ଷ ମହିଳାମାନଙ୍କୁ ସେଠାକୁ ଛାଡୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sabarimala.jpg)