୨୦୧୯ରେ ବିଜେପିର ଆସନ ସଂଖ୍ୟା କମିବ : ଟାଇମସ ନାଓ ସର୍ଭେ

ନୂଆଦିଲ୍ଲୀ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ପାଇଁ ୨୦୧୯ ଲୋକସଭା ନିର୍ବାଚନ ଏତେ ସହଜ ହେବ ନାହିଁ। ଏହି ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିବାର ସମ୍ଭାବନା ରହିଛି। ୨୦୧୪ ନିର୍ବାଚନରେ ବିଜେପିକୁ ୨୮୨ ଆସନ ମିଳିଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନରେ ଏହା ୨୨୭କୁ ହ୍ରାସ ପାଇବ। ତେବେ କଂଗ୍ରେସର ଆସନ ସଂଖ୍ୟା ୪୪ରୁ ୭୮କୁ ବୃଦ୍ଧି ପାଇପାରେ।
ଟାଇମ୍‌ସନାଓ ଟିଭିରେ ପ୍ରସାରିତ ଏକ ଜନମତ ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ଏବଂ ବିହାରରେ ବିଜେପିକୁ ବଡ଼ଧରଣର ଝଟ୍‌କା ଲାଗିବ। ଗତ ନିର୍ବାଚନରେ ବିଜେପିକୁ ମିଳିଥିବା ୨୮୨ ଆସନ ମଧ୍ୟରୁ ଏହି ଦୁଇଟି ରାଜ୍ୟରୁ ଦଳକୁ ମିଳିଥିଲା ୯୩ ଆସନ। କିନ୍ତୁ ଆଗାମୀ ଲୋକସଭା ନିର୍ବାଚନରେ ଏହି ସଂଖ୍ୟା ୬୪କୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।
ଓ୍ଵାର ରୁମ୍‌ ଷ୍ଟ୍ରାଟେଜି ଏବଂ ୟୁଟୋପିଆ ପକ୍ଷରୁ ୧୫୬ଟି ଲୋକସଭା ମଣ୍ଡଳୀରେ ଏହି ସର୍ଭେ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ନିର୍ବାଚନରେ ମୋଦୀଙ୍କ ନେତୃତ୍ୱରେ ବିଜେପି ଏକାକୀ ୨୮୨ଟି ଆସନ ହାସଲ କରିଥିବା ବେଳେ ଏହାର ଅନ୍ୟ ସହଯୋଗୀଙ୍କୁ ମିଳିଥିଲା ୫୪ଟି ଆସନ। ସେହିଭଳି କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ମିଳିଥିଲା ୬୦ଟି ଆସନ।
ଏହି ସର୍ଭେ ରିପୋର୍ଟ ଅନୁଯାୟୀ ଆଗାମୀ ନିର୍ବାଚନରେ ବିଜେପିକୁ ୨୨୭, କଂଗ୍ରେସକୁ ୭୮ ଏବଂ ଅନ୍ୟ ଦଳମାନଙ୍କୁ ୨୩୮ଟି ଆସନ ମିଳିବ। ଗତ ନିର୍ବାଚନରେ ଅନ୍ୟଦଳ ଗୁଡ଼ିକୁ ୨୧୭ଟି ଆସନ ମିଳିଥିଲା।

ସମ୍ବନ୍ଧିତ ଖବର