ନୂଆଦିଲ୍ଲୀ : ଲୋକସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଭୋଟିଂ ଶେଷ ହୋଇଛି। ଅନେକ ରାଜ୍ୟରେ ମତଦାନର ପ୍ରତିଶତ ସନ୍ତୋଷଜନକ ରହିଥିବାରୁ ଅନ୍ୟ ୬ ପର୍ଯ୍ୟାୟ ନିର୍ବାଚନରେ ମତଦାନ ପ୍ରତିଶତ କିଭଳି ବୃଦ୍ଧି କରାଯିବ ସେନେଇ ବିଭିନ୍ନ ସଚେତନତା କାର୍ଯ୍ୟ ଜାରି ରହିଛି। କର୍ପୋରେଟ ସେକ୍ଟର, ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥାମାନଙ୍କ ତରଫରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ମତଦାନର ପ୍ରତିଶତ ବୃଦ୍ଧି ପାଇଁ ଦୋକାନୀ ବ୍ୟବସାୟୀ ସଂଗଠନଙ୍କ ଦ୍ବାରା ପେଟ୍ରୋଲ-ଡିଜେଲ, ଭୋଜନ ଓ ଔଷଧ ଉପରେ ରିହାତି ଦେବା ପାଇଁ ଘୋଷଣା କରାଯାଉଛି। ଏତତ ବ୍ୟତୀତ ଭୋଟଦାନ ପରେ ସ୍ବାସ୍ଥ୍ୟଗତ ପରୀକ୍ଷାର ରିହାତି ଏବଂ ପଞ୍ଚତାରକା ହୋଟେଲରେ ରିହାତି ଦରରେ ଖାଦ୍ୟ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଭୋଟ ଦେଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ କ୍ଷେତ୍ରରେ ରିହାତି ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା ହେଉଛି। ଯେଉଁମାନେ ରିହାତି ନେବା ପାଇଁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କ ଅଙ୍ଗୁଳିରେ କାଳି ଚିହ୍ନ ରହିଥିବା ଦରକାର। ଦିଲ୍ଲୀରେ ଆସନ୍ତା ମାସରେ ନିର୍ବାଚନ ହେବ। ଭୋଟର ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ହୋଟେଲ ଓ ମାର୍କେଟରେ ରିହାତି ପ୍ରଦାନ କରାଯିବାକୁ ଘୋଷଣା ହୋଇଛି।
ସାଧାରଣ ନିର୍ବାଚନ ୨୦୧୯ : ଭୋଟ ଦିଅ, ପ୍ରମାଣ ଦେଖାଇ ଉପହାର ନିଅ!
/sambad/media/post_attachments/wp-content/uploads/2019/04/elections.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)