ଭାରତୀୟ ମହାକାଶ ଅଭିଯାନ ପାଇଁ ୨୦୧୯ ମଙ୍ଗଳମୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଏବଂ ବିଜ୍ଞାନ ପାଇଁ ୨୦୧୯ ବର୍ଷ ମଙ୍ଗଳମୟ ହୋଇଛି ବୋଲି ଆଜି ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଲେ ଯେ ପ୍ରାରମ୍ଭିକ ବାଧା ସତ୍ତ୍ୱେ ଆମ ବୈଜ୍ଞାନିକମାନଙ୍କ ଦ୍ୱାରା ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ଥିଲା ଅତୁଳନୀୟ। ଅସୀମ ମହାକାଶରେ ଭାରତର କୃତ୍ୱିତ୍ୱ ପାଇଁ ସଭିଏଁ ଖୁବ୍‌ ଗର୍ବ ଅନୁଭବ କରିଥିବେ। ଆମ ବୈଜ୍ଞାନିକମାନଙ୍କର ଅନନ୍ୟ ଉତ୍ସାହକୁ ଭାରତ ଅଭିବାଦନ ଜଣାଉଛି। ମନ ଓ ଉଚ୍ଛ୍ୱାସରେ ଚନ୍ଦ୍ରଯାନ-୨ ହେଉଛି ନିରୋଳା ଭାରତୀୟ। ଏହା ହେଉଛି ସମ୍ପୂର୍ଣ୍ଣ ସ୍ୱଦେଶୀ ଏବଂ ଦେଶଜ ଅଭିଯାନ।

ଆମେ ଏବେ ବ୍ୟାକୁଳ ହୋଇ ସେପ୍ଟେମ୍ବର ମାସକୁ ଚାହିଁ ବସିଛୁ, ଯେତେବେଳେ ଲ୍ୟାଣ୍ଡର୍‌ ବିକ୍ରମ ଏବଂ ରୋଭର୍‌ ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

ଶ୍ରୀହରିକୋଟା ପରିଦର୍ଶନ ପାଇଁ ସୁଯୋଗ ଦେବାକୁ କୁଇଜ୍‌ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ କହିଲେ, ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗନେବା ଅଂଶଗ୍ରହଣ କରିବା ଉଚିତ। ଏଥିରେ ଭାଗ ନେଇ ଏହାକୁ ମଜାଦାର ଓ ସ୍ମରଣୀୟ କର। ବିଶେଷକରି, ମୁଁ ସ୍କୁଲ୍‌, ପିତାମାତା ଓ ଶିକ୍ଷକମାନଙ୍କୁ ଆହ୍ଵାନ କରୁଛି ସେମାନେ ନିଜ ନିଜର ସ୍କୁଲ୍‌ର ବିଜୟ ପାଇଁ ଉଦ୍ୟମ କରନ୍ତୁ। ବିଜୟୀମାନଙ୍କୁ ସରକାରୀ ଖର୍ଚ୍ଚରେ ଶ୍ରୀହରିକୋଟା ନିଆଯିବ।

Image Source: India Today

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ କଥା ଆଲୋଚନା କରି କହିଲେ କି, ଜଳସଂରକ୍ଷଣ ପାଇଁ ଜାତୀୟ ଆନ୍ଦୋଳନ ଲୋଡ଼ା। ପାରମ୍ପରିକ ପଦ୍ଧତି ସମ୍ବନ୍ଧରେ ଲୋକେ ସୂଚନା ସେୟାର୍‌ କରିଛନ୍ତି। କେତେକ ଅଭିନବ ଉପାୟ ସମ୍ବନ୍ଧରେ ଗଣମାଧ୍ୟମ ଅଭିଯାନ ଚଳାଇଛି। ସରକାରୀ ହେଉ କି, ଏନ୍‌ଜିଓ ହେଉ ଯୁଦ୍ଧକାଳୀନ ଭିତ୍ତିରେ କିଛି ନା, କିଛି କରାଯାଉଛି।

ଜଳ ଯୋଗାଇ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେଇଥିବାରୁ ହରିୟାଣା ସରକାରଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନେଇଥିବା କାରଣରୁ ପ୍ରଧାମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡକୁ ମଧ୍ୟ ଶୁଭେଚ୍ଛା ଜଣାଇଲେ। ଜଳନୀତି ପାଇଁ ମେଘାଳୟ ଗ୍ରହଣ କରିଥିବା ଆଧୁନିକ ପଦକ୍ଷେପ କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଜଳ ସଂରକ୍ଷଣ ନିମନ୍ତେ ଗୋଷ୍ଠୀଗତ ଉଦ୍ୟମ ମହାନ ଲକ୍ଷଣ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି।

କର୍କଟ ରୋଗରୁ ମୁକ୍ତ ହୋଇଥିବା ୧୦ ଜଣ ପିଲାଙ୍କୁ ପ୍ରଶଂସା କରି ମୋଦୀ କହିଲେ କି, ବିଶ୍ୱକୁ ଥରହର କରିବାକୁ କେବଳ କ୍ୟାନ୍‌ସର୍‌ର ନାମ ହିଁ ଯଥେଷ୍ଟ। ଏଇ ୧୦ ଜଣ ପିଲା ଜୀବନ ପାଇଁ ଖାଲି କ୍ୟାନ୍‌ସର୍‌ ବିରୋଧରେ ସଂଗ୍ରାମ କରି ନାହାନ୍ତି, ଦେଶ ପାଇଁ ଗୌରବ ଆଣିଛନ୍ତି। ସେମାନେ ଜୀବନର ଚାମ୍ପିଅନ୍‌।

ଗ୍ରାମକୁ ଫେରିଚାଲ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରି ସେ କହିଲେ ଜମ୍ମୁ ଓ କଶ୍ମୀରବାସୀ ବିକାଶ ଓ ଉତ୍ତମ ଶାସନ ଚାହାଁନ୍ତି। ମାଇଁଗଭ୍‌ଡଟ୍‌ଇନ୍‌ରେ ଶୋପିଅାଁବାସୀ ମହମ୍ମଦ ଅସ୍‌ଲାମଙ୍କ ମନ୍ତବ୍ୟ ପ୍ରସଙ୍ଗରେ ସେ କହିଲେ, ତାଙ୍କ ବାର୍ତ୍ତା ପାଠ କରି ମୋର ‘ଗାଁକୁ ଫେରିଚାଲ’ କାର୍ଯ୍ୟକ୍ରମ ବିଷୟରେ ଅଧିକ ଜାଣିବାକୁ କୌତୁହଳ ହେଲା। ସବୁକଥା ବୁଝିବା ପରେ ମନେହେଲା ସମଗ୍ର ଦେଶ ଏ ସଂକ୍ରାନ୍ତରେ ସଚେତନ ହେବା ଉଚିତ। କଶ୍ମୀରବାସୀ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା କଥା ଏହି କାର୍ଯ୍ୟକ୍ରମ ଦର୍ଶାଉଛି। ଏହି କାର୍ଯ୍ୟକ୍ରମ ପାଇଁ ସରକାରୀ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ଚାଲେଞ୍ଜ୍‌ ସଂକ୍ରାନ୍ତରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ପରିଚ୍ଛନ୍ନତା ପାଇଁ ଭାରତର ଆନ୍ଦୋଳନକୁ ସୌନ୍ଦର୍ଯ୍ୟରେ ରୂପାନ୍ତର ପାଇଁ ନାଗରିକମାନଙ୍କ ଦ୍ୱାରା କରାଯାଇଥିବା ବ୍ୟକ୍ତିଗତ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ସେ କହିଲେ ଶ୍ରୀଯୁକ୍ତ ସାଇନି ଏବଂ ତାଙ୍କ ଦଳ ଲୋଧି ରୋଡ୍‌ ଅଞ୍ଚଳରୁ ପରିଚ୍ଛନ୍ନତା ଆନ୍ଦୋଳନ ଆରମ୍ଭ କରିଥିଲେ। ଷ୍ଟ୍ରିଟ୍‌ ଆର୍ଟ ଏବଂ ସୁନ୍ଦର ଚିତ୍ରାବଳୀ ଦ୍ୱାରା ସେ ଅଞ୍ଚଳର ସେ ରୂପାନ୍ତର କରିଛନ୍ତି। ଓଭର୍‌ବ୍ରିଜ୍‌ ଏବଂ ସ୍କୁଲ୍‌ ପାଚିରିଗୁଡ଼ିକର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ସେ ନେଇଛନ୍ତି।

ଏହାଛଡ଼ା ବର୍ଷା-ବିତ୍ପାତ ଯୋଗୁଁ ଭାରତର ଅନେକାଂଶରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ କେନ୍ଦ୍ରୀୟ ସହାୟତା ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର